Latest Odisha News

BREAKING NEWS

ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: କଟକ, ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦ୍ ପ୍ରଭାବରେ ଓଡ଼ିଶା କାଲିଠାରୁ ଆରମ୍ଭ ହୋଇଛି ବର୍ଷା । କାଲି ମଧ୍ୟରାତ୍ରିରୁ କଟକ, ଭୁବନେଶ୍ୱରରେ ବି ବର୍ଷା ଲାଗି ରହିଛି । ଝିପିଝିପି ବର୍ଷୁଛି । ଆଜି ପାଇଁ ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କଟକ, ଭୁବନେଶ୍ୱରରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୦ ମିଲିମିଟର ଯାଏ ବର୍ଷିବ ।

ବର୍ଷା ସହ ପବନର ବେଗ ବି ବଢ଼ିବ । କଟକ, ଭୁବନେଶ୍ୱରରେ ଘଣ୍ଟାପ୍ରତି ୬୦-୭୦ କିଲୋମିଟ ବେଗରେ ବହିପାରେ ପବନ । ଝଟକା ପବନରେ ବେଗ ଘଣ୍ଟାପ୍ରତି ୮୦ କିଲୋମିଟ ଛୁଇଁପାରେ । ବର୍ଷା ଯୋଗୁ ଟୁଇନ୍ ସିଟିରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ । ତଳି ଅଞ୍ଚଳରେ ପଶିପାରେ ପାଣି ।

ବର୍ଷା, ପବନ ଯୋଗୁ ଦୁଇଟି ସହରରେ ଦେଖାଦେଇପାରେ ଟ୍ରାଫିକ ସମସ୍ୟା ଉପୁଜିପାରେ । ପବନ ଯୋଗୁ ଗଛର ଶାଖା ଭାଙ୍ଗିବା ଆଶଙ୍କା ରହିଛି । କାଲି ପାଇଁ ଟୁଇନ ସିଟିକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ କଟକର କିଛି ସ୍ଥାନରେ କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଭୁବନେଶ୍ୱରରେ ପ୍ରବଳ ବର୍ଷିବ ।

Leave A Reply

Your email address will not be published.