Latest Odisha News

BREAKING NEWS

ରାଜସ୍ଥାନରୁ ବ୍ରାଉନ୍‌ସୁଗର ମାଫିଆ ଅଜବହର ଗିରଫ

ଭୁବନେଶ୍ୱର : କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍‌କୁ ବଡ଼ ସଫଳତା । ରାଜସ୍ଥାନରୁ ବ୍ରାଉନ୍‌ସୁଗାର ମାଫିଆ ଅଜବହରକୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ଗିରଫ ପରେ ରାଜସ୍ଥାନ ଯୋଧପୁରରୁ ଅଜବହରକୁ ଓଡିଶା ଆଣୁଛି ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ ।

ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କ  ତାଲିକା ପ୍ରସ୍ତୁତ କରିଛି ଏସ୍‌ଟିଏଫ୍‌ । ପଶ୍ଚିମବଙ୍ଗରୁ ଶେଖ ଇସମାଇଲକୁ ଧରିବାରେ ବିଫଳ ହେବା ପରେ ଓଡିଶା କ୍ରାଇମବ୍ରାଞ୍ଚର ଏସଟିଏଫକୁ ମିଳିଛି ବଡ଼ ସଫଳତା । ରାଜସ୍ଥାନର ଯୋଧପୁରରୁ ଗିରଫ ହେଲା ଅନ୍ତଃରାଜ୍ୟ ଡ୍ରଗ ପେଡ଼ଲର ଶେଖ ଅଜବର।

ଗିରଫ ଅଜବହରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ବର ନିକଟ ରାଜପୁର ଗାଁରେ । ୨୦୧୯ ପରଠାରୁ ସେ ଫେରାର ଥିଲେ। ସେ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ଏସଟିଏଫ ଚଢ଼ାଉ କରିଥିଲା। ଅଜବହର ନାମରେ ହତ୍ୟା ଉଦ୍ୟମ, ଧମକ ଓ ଆର୍ମସ ଆକ୍ଟ ଭଳି ୫ଟି ସଙ୍ଗୀନ ମାମଲା ରହିଛି । କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ସହଯୋଗୀ ହେଉଛି ଅଜବହର ।

୨୦୧୯ ଶେଖ ରାଜକୁ ଗିରଫ କରିବା ବେଳେ ଏସଟିଏଫ ଅଧିକାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା ଅଜବହର ।

Leave A Reply

Your email address will not be published.