Latest Odisha News

BREAKING NEWS

ସଂସଦରେ ମୃତ ଚାଷୀଙ୍କ ତାଲିକା ପ୍ରଦାନ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଲୋକସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାଷୀ ଆଇନ ଆନ୍ଦୋଳନ ସମୟରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ତାଲିକା ଦାଖଲ କରିଛନ୍ତି। ସଂସଦରେ ଶୂନ୍ୟ କାଳ ସମୟ ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିକ୍ଷୋଭ ପ୍ରଦର୍ଶନ କରି ମୃତ୍ୟୁ ବରଣ କରିଥିବା ଚାଷୀ ମାନଙ୍କୁ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଦାବି କରିଥିଲେ। କେନ୍ଦ୍ର ସରକାରଙ୍କ ପାଖରେ ରେକର୍ଡ ନାହିଁ।

ପ୍ରାୟ ୭୦୦ ଶହ କୃଷକଙ୍କ ମୃତ୍ୟୁ ହୋଇଛି ବୋଲି ରାହୁଲ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦେଶର କୃଷକଙ୍କୁ କ୍ଷମା ମାଗନ୍ତୁ ବୋଲି ରାହୁଲ ବିବୃତ୍ତି ରଖିଥିଲେ। ଯଦି ସରକାରଙ୍କ ପାଖରେ ଚାଷୀ ମୃତ୍ୟର ରିପୋର୍ଟ ନାହିଁ। ତାଲିକା ଆମଠାରୁ ନିଅନ୍ତୁ ବୋଲି ରାହୁଲ ଗାନ୍ଧି କହିଥିଲେ। ଅନ୍ୟପଟେ ରାହୁଲ ଗାନ୍ଧୀ କହିଥିଲେ ପଞ୍ଜାବ ସରକାର ୪୦୩ ମୃତ ଚାଷୀଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ଏବଂ ୧୫୨ ଚାଷୀଙ୍କ ପରିବାରକୁ ସରକାରୀ ଚାକିରି ଦେଇଛନ୍ତି ପଞ୍ଜାବ ସରକାର।

ଏହା ସହ ହରିୟାଣାରେ ୭୦ ଜଣ କୃଷକଙ୍କ ଏହି ସମୟରେ ମୃତ୍ୟୁ ହୋଇଛି। ଏହା ରିପୋର୍ଟ ମଧ୍ୟ ରାହୁଲ ଗାନ୍ଧି ଦେବେ ବୋଲି କହିଛନ୍ତି। କୃଷି ମାନଙ୍କୁ ସହାୟତା କରିବା ଦରକାରା ଏହା ସହ କୃଷକ ମାନଙ୍କ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ଆବଶ୍ୟକତା ରହିଛି ବୋଲି ରାହୁଲ କହିଛନ୍ତି।

Comments are closed.