Latest Odisha News

BREAKING NEWS

କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଶୁକ୍ରବାର ଜଣାପଡ଼ିବ: ଡ଼ିଏମଇଟି

ଭୁବନେଶ୍ୱର: ରାଜ୍ୟରେ ୨୪୬ ନମୂନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି । ଶୁକ୍ରବାର ଜଣାପଡ଼ିବ କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି କି ନାହିଁ । ଡ଼ିଏମଇଟି ଡ଼ାକ୍ତର ରମାରମଣ ମହାନ୍ତି ଏହିପରି କହିଛନ୍ତି । ସେ କହିଛନ୍ତି, ଏହି ସବୁ ବୁର୍ଲା, ମୟୁରଭଞ୍ଜ ସମେତ ବିଭିନ୍ନ କ୍ଲଷ୍ଟରରୁ ଆସିଥିବା ପଜିଟିଭ ନମୂନା ।

ଜନସାଧାରଣ ଏଥିରେ ଭୟବୀତ ହୁଅନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି । ଯେଉଁ ସ୍ଥାନରୁ ଓମିକ୍ରନ ଦେଶରେ ଚିହ୍ନଟ ହେଲାଣି, ସେଥିରେ ସ୍ୱଳ୍ପ ଲକ୍ଷଣ ଦେଖାହେଉଛି । ୧୮ବର୍ଷରୁ କମ୍ ବୟସ୍କଙ୍କ ଟିକା ଦିଆଯିବା ଆରମ୍ଭ ପ୍ରକ୍ରିୟାରେ ଅଛି । ତେଣୁ ସେମାନଙ୍କୁ ଯଦି ଟିକା ଦିଆଯାଏ, ତାହେଲେ ୧୦୦ପ୍ରତିଶତ ଜନସଂଖ୍ୟାକୁ ଟିକା ଦିଆଯିବା ଲକ୍ଷ୍ୟକୁ ପୂରଣ କରିପାରିବୁ ।

ସଚେତନ ନାଗରିକଭାବେ ସହଯୋଗ କରିବା । ଆନ୍ତର୍ଜାତୀୟ ଯାତ୍ରୀମାନେ କିଛି ଅସୁବିଧା ହେବ ବୋଲି ଭୁଲ ଠିକଣା ଦେଉଛନ୍ତି । ସେମାନଙ୍କୁ ନିବେଦନ ସଠିକ୍ ଠିକଣା ଓ ଫୋନ୍ ନମ୍ବର ଦିଅନ୍ତୁ । ଏହା କେବଳ ସାଧାରଣ ଟେଷ୍ଟ । ସ୍ୱାବ ନେଇ ଜଣାପଡ଼ିବ । ତାଙ୍କର ରିପୋର୍ଟ ଜଣାପଡ଼ିଲେ ଆଖପାଖ ଲୋକଙ୍କୁ ବିପଦମୁକ୍ତ କରିପାରିବେ ।

Leave A Reply

Your email address will not be published.