Latest Odisha News

BREAKING NEWS

[ଭିଡିଓ] ମହଙ୍ଗା ପଡିଲା ଦହି କିଣା, ନିଲମ୍ବିତ ହେଲେ ଟ୍ରେନ୍ ଚାଳକ

ଭୁବନେଶ୍ୱର: ନିର୍ଦ୍ଧାରିତ ଷ୍ଟେସନ୍ ପୂର୍ବରୁ ଟ୍ରେନ ଅଟକାଇଥିଲେ ଚାଳକ । ଖାସ ଦହି କିଣିବାକୁ ଏପରି ନିଷ୍ପତ୍ତି ନେବା ଟ୍ରେନ ଚାଳକଙ୍କୁ ମହଙ୍ଗା ପଡିଛି । ଶେଷରେ ଟ୍ରେନ ଚାଳକଙ୍କ ଏପରି ମାନସିକତାକୁ ନେଇ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି ।

ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବେ ଦେଖିପାରୁଥିବେ ଜଣେ ବ୍ୟକ୍ତି ହାତରେ ପଲିଥିନ ଧରି ଟ୍ରେନ ଉପରକୁ ଚଢିଥିଲେ । ପରେ ସେହି ବ୍ୟକ୍ତି ଜଣକ ହିଁ ଟ୍ରେନ ଚାଳକ ବୋଲି ଜଣାପଡିଥିଲା । ଏହି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ପାକିସ୍ତାନୀ ରେଳବାଇ । ଲାହୋରଠାରେ ନିର୍ଦ୍ଧାରିତ ଷ୍ଟେସନ ପୂର୍ବରୁ ଚାଳକ ଜଣକ ଖାସ ଦହି କିଣିବାକୁ ଅଟକିଥିଲେ । ପରେ ଦହି ଧରି ସେ ପୁଣି ଟ୍ରେନ ଗଡାଇଥିଲେ ।

ଏହି ମାମଲାରେ ଟ୍ରେନ ଚାଳକ ରାଣା ମହମ୍ମଦ ଶେହଜାଦ ଓ ତାଙ୍କ ସହକାରୀ ଇଫ୍‌ତିକାର୍ ହୁସୈନ ନିଲମ୍ବିତ ହୋଇଥିବା ଜଣାପଡିଛି । ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହେବା ପରେ ପାକିସ୍ତାନୀ ରେଳବାଇ ମନ୍ତ୍ରୀ ଆଜମ ଖାନ ସ୍ୱାତି ମଙ୍ଗଳବାର ଦୁହିଁଙ୍କୁ ନିଲମ୍ବିତ କରିଥିଲେ । ଏପରି ଏକ ଅଭାବନୀୟ ଘଟଣାକୁ ନେଇ ପାକିସ୍ତାନୀ ରେଳବାଇ ତୀବ୍ର ସମାଲୋଚନାର ଶିକାର ହେବା ସହ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

Comments are closed.