Latest Odisha News

ଡିସେମ୍ବର ୧୧ରୁ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ଭାରତ୍ତୋଳନ ପ୍ରତିଯୋଗିତା

ଭୁବନେଶ୍ବର : ଆସନ୍ତା ୧୧ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ରାଜ୍ୟ ଭାରତ୍ତୋଳନ ପ୍ରତିଯୋଗିତା । ଓଡ଼ିଶା ଭାରାତ୍ତୋଳନ ସଙ୍ଘ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଡିସେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଚାଲିବ ପ୍ରତିଯୋଗିତା । ବୟସ ଅନୁଯାୟୀ ଉଭୟ ପୁରୁଷ ଓ ମହିଳା ଖେଳାଳିମାନେ ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । କଳିଙ୍ଗ ଷ୍ଟାଡିୟମ ସ୍ଥିତ ଭାରତ୍ତୋଳନ ଉତ୍କର୍ଷ କେନ୍ଦ୍ର ସମେତ ବିଭିନ୍ନ ଜିଲ୍ଲାରୁ ୧୬୦ ଜଣ ପ୍ରତିଯୋଗୀ ଓ ୪୦ ଜଣ ବୈଷୟିକ ଅଧିକାରୀ ଅଂଶଗ୍ରହଣ କରିବେ ।

ସମସ୍ତ ପ୍ରତିଯୋଗୀ, ସହାୟକ ଅଧିକାରୀ ଓ ଆୟୋଜନରେ ସାମିଲ ବ୍ୟକ୍ତି ବିଶେଷଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ । ପ୍ରତିଯୋଗିତାକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଜାନୁଆରୀ ୨୦୨୨ରେ କିଟ୍ ବିଶ୍ବବିଦ୍ୟାଳୟରେ ଭାରତୀୟ ରାଷ୍ଟ୍ରୀୟ ଭାରତ୍ତୋଳନ ଫେଡେରେସନ, ଓଡ଼ିଶା ଭାରତ୍ତୋଳନ ସଂଘ, କିଟ୍ ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଯୋଗ୍ୟତା ଅର୍ଜନ କରିବେ ।

Comments are closed.