Latest Odisha News

BREAKING NEWS

ଭୁବନେଶ୍ୱର ଓ ଯାଜପୁରରୁ ଜବତ ହେଲା ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର୍

ଭୁବନେଶ୍ୱର/ଯାଜପୁର : ଭୁବନେଶ୍ୱର ଓ ଯାଜପୁରସ୍ଥିତ ପାଣିକୋଇଲି ଅଞ୍ଚଳରୁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ବୁଧବାର ଦିନ ପ୍ରାୟ ୧୪ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି ।

ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ହଳଦିଆପଡିଆ ଅଞ୍ଚଳରୁ ଅବକାରୀ ବିଭାଗ ଚଢାଉ କରି ପ୍ରାୟ ୪୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ ।

ସେହିପରି ଯାଜପୁରର ପାଣିକୋଇଲିରୁ କମିଶନରେଟ୍ ପୋଲିସ ଓ ଅବକାରୀ ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ପ୍ରାୟ ୯୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.