ଭୁବନେଶ୍ୱର: ବିକ୍ଷୋଭ ପ୍ରଦର୍ଶନ ବେଳେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ପ୍ରେସମିଟରେ ଘଟଣାକୁ ନିନ୍ଦା କରିବା ସହ ପୋଲିସ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ନରସିଂହ କହିଛନ୍ତି, ଗୋଡ଼େଇ ପିଟିବା ଓ ମୁଣ୍ଡ ଫଟାଇବା ଅଧିକାର ପୋଲିସକୁ ଦିଆଯାଇନି । ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ବୋଧହୁଏ ଆଇନ ପଢ଼ିନାହାନ୍ତି କିମ୍ବା ସରକାରୀ ଚାପରେ ବେଆଇନ କାମ କରୁଛନ୍ତି ।
ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ମାଡ଼ ମାରିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନରସିଂହ ମିଶ୍ର । ଏନେଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ଗତକାଲି ବିଧାନସଭା ଘେରାଉ ବେଳେ ଭୁବନେଶ୍ୱର ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଥିଲା । ଯୁବ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ।
ବିଧାନସଭା ଘେରାଉ ବେଳେ ପୋଲିସ ସଦ ଆନ୍ଦୋଳନାରୀଙ୍କର ଧସ୍ତାଧସ୍ତି ହୋଇଥିଲା । ପୋଲିସ ଉପରକୁ ଆନ୍ଦୋଳନକାରା ଢେଲା ସହ ଟାମୋଟୋ ଓ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା । ଯେଉଁଥିରେ ଯୁବ କଂଗ୍ରେସର କିଛି କର୍ମୀ ଆହତ ହୋଇଛନ୍ତି । କିଛି ପୋଲିସ ବି ଆହତ ହୋଇଛନ୍ତି ।
Comments are closed.