Latest Odisha News

BREAKING NEWS

ଶୀତକାଳିନ ଅଧିବେସନ ଅଧାରୁ ବନ୍ଦ ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ଟିମ୍

ଭୁବନେଶ୍ଵର : ବାରମ୍ବାର ଶୀତକାଳିନ ଅଧିବସେନ ଅଧାରୁ ବନ୍ଦ ହେବା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ। ବାରମ୍ବାର ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ରହୁଥିଲା । ଏହି ପ୍ରସଙ୍ଗ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଥିଲା ବିଜେପି ପ୍ରତିନିଧି ଦଳ। ଶୁକ୍ରବାର ବିଧାନସଭା ଅଧିବେସନ ଶେଷ ହୋଇଛି। ମମତି ଝଡରେ ଏଥର ବିଧାନସଭା ଭଲକରି ଚାଲିପାରନାହିଁ। ଦୀର୍ଘ ଦିନ ଗୃହ ଅଚଳ ରହୁଥିଲା।

ଅନ୍ୟପଟେ ବିଧାନସଭାରେ କୌଣସି ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇପାରୁନଥିଲା। ବିଧାନସଭା ସରିବାର ୨୦ ଦିନ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ରଖିଥିଲେ ବାଚସ୍ପତି। ଏହା ସହ କୋଭିଡ ସଂକ୍ରମଣ ଦୃଷ୍ଟିରୁ ବିଧାନସଭାକୁ ଅନିଦ୍ଧିଷ୍ଟ କାଳପାଇଁ ମୂଲତବୀ ରଖିଥିଲେ ବାଚସ୍ପତି।

ଏଥର ବିଧାନସଭା ସମ୍ପୁର୍ଣ୍ଣ ଅଚଳ ହୋଇପଡ଼ିଥିଲା। ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ହଟ୍ଟଗୋଳ କରିବା ସହ କଂଗ୍ରେସ ବିଧାନସଭାରେ ଜୋରଦାର ପ୍ରତିବାଦ କରିଥିଲେ। ଶାସକ ଦଳ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।

Leave A Reply

Your email address will not be published.