Latest Odisha News

BREAKING NEWS

ଭୁବନେଶ୍ୱର ଲୋକସଭା ଆସନର ଜୟଦେବରେ ସର୍ବାଧିକ ମତଦାନ

ଭୁବନେଶ୍ୱର : ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ମତଦାନ ମଙ୍ଗଳବାର ଦିନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରେ ଜୟଦେବ ନିର୍ବାଚନମଣ୍ଡଳୀର ସର୍ବାଧିକ ମତଦାନ ହୋଇଛି ।

ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ମୋଟ୍ ମତଦାନ ୬୧.୫୩% ହୋଇଥିବାବେଳେ ସର୍ବାଧିକ ୭୫.୭୮% ଭୋଟିଂ ଜୟଦେବ ନିର୍ବାଚନମଣ୍ଡଳୀରେ ହୋଇଛି ।

ଅନ୍ୟ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ୍ ମତଦାନ ଯଥାକ୍ରମେ-ବେଗୁନିଆ ନିର୍ବାଚନମଣ୍ଡଳୀରେ ୭୩.୦୫%, ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ୭୧%, ଜଟଣୀ ନିର୍ବାଚନମଣ୍ଡଳୀରେ ୬୯.୩୨%, ଏକାମ୍ର ନିର୍ବାଚନମଣ୍ଡଳୀରେ ୪୯.୬୮%, ଭୁବନେଶ୍ୱର(ଉତ୍ତର) ନିର୍ବାଚନମଣ୍ଡଳୀରେ ୪୭.୯୦%, ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀରେ ୪୩.୦୨% ମତଦାନ ହୋଇଛି ।

Leave A Reply

Your email address will not be published.