Latest Odisha News

BREAKING NEWS

ଆଜି ରାଜ୍ୟରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨୦୦ ରହୁଛି । ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଛି । ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୨୭ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୯୧ଟି । ୧୮ ବର୍ଷ ଭିତରେ ଆଉ ୨୮ ଜଣ ପଜିଟିଭ୍ ବାହାରିଛନ୍ତି ।

୨୪ ଘଣ୍ଟାରେ ରାଜ୍ୟର ୧୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ୧୫ ଓ ସୁନ୍ଦରଗଡ଼ରୁ ବାହାରିଛନ୍ତି ୧୪ ନୂଆ ଆକ୍ରାନ୍ତ । ବାକି ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୫୨ହଜାର ୧୪୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୪୧ହଜାର ୭୨୮ ଆକ୍ରାନ୍ତ । ଏବେ ରାଜ୍ୟରେ ୧୯ଶହ ୨୫ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.