Latest Odisha News

BREAKING NEWS

ଆଜି କେନ୍ଦ୍ରାପଡ଼ା ଓ ଯାଜପୁରରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଆଜି ଶୁଭାରମ୍ଭ ହେବ । ଏହାକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଏହି ଅବସରରେ ଉଭୟ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସର କାର୍ଯ୍ୟକ୍ରମ ରହିଛି ।

ଆଜି ସକାଳ ୧୧ଟା ୩୦ରେ କେନ୍ଦ୍ରାପଡ଼ାରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ଼ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ମ୍ୟୁନିସିପାଲଟି ଟାଉନ ହଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜିଲ୍ଲାରେ ୩ ଲକ୍ଷ ୮ହଜାର ୧୧୭ଜଣ ହିତାଧିକାରୀ ଉପକୃତ ହେବେ । ଏହାସହ ୧୫ଶହ ୨୬କୋଟି ଟଙ୍କା ବ୍ୟୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ।

ସେହିପରି ଆଜି ଯାଜପୁର ଜିଲ୍ଲା ବିଏସକେୱାଇରେ ସାମିଲ ହେବ । ସନ୍ଧ୍ୟା ୫ଟାରେ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ । ଏଥିପାଇଁ ଯାଜପୁର ଏନସି କଲେଜ ପଡ଼ିଆରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଏହାଦ୍ୱାରା ଜିଲ୍ଲାରେ ୪ ଲକ୍ଷ ୧୦ ହାଜର ହିତାଧିକାରୀ ଉପକୃତ ହେବେ । ଜିଲ୍ଲାପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିବେ । ଯାଜପୁର ବିଧାୟକ ତଥା ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସତେମ ଅନ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.