Latest Odisha News

କ୍ଷୀପ୍ର ବେଗରେ ମାଡୁଛି ଓମିକ୍ରନ୍; ଚିନ୍ତାରେ ବିଶ୍ୱବାସୀ

ନୂଆଦିଲ୍ଲୀ: କରୋନାଭାଇରସ୍ ର ଓମିକ୍ରନ୍ ପ୍ରଜାତି ସମଗ୍ର ବିଶ୍ୱରେ କ୍ଷୀପ୍ର ବେଗରେ ମାଡିଚାଲିଥିବାରୁ ଭାରତ ଏକ ସତର୍କ ସୂଚନା ଜାରି କରିଛି। ବୁଧବାର ପର୍ଯ୍ୟନ୍ତ ଦେଶରେ ଓମିକ୍ରନ୍ ମାମଲା ୭୩ ରେ ପହଞ୍ଚିଥିବାରୁ ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି।

ମଙ୍ଗଳବାର ଦିନ ହୁର ମହାନିର୍ଦ୍ଦେଶକ କହିଛନ୍ତି ଯେ ସତୁରିରୁ ଅଧିକ ଦେଶରେ ବର୍ତ୍ତମାନ ଓମିକ୍ରନ୍ ଆତଙ୍କ ଖେଳାଇ ସାରିଛି। ସୂଚନା ମୁତାବକ ଓମିକ୍ରନ୍ ଅଧିକାଂଶ ଦେଶରେ ଅଛି, କିନ୍ତୁ ଏହା କିଛି ସ୍ଥାନରେ ଚିହ୍ନଟ ହୋଇନାହିଁ।

‘ସୁପର-ଭାରିଆଣ୍ଟ’ର ଦ୍ରୁତ ପ୍ରସାର ପରେ, ଓମିକ୍ରନ୍, ମହାରାଷ୍ଟ୍ରରେ ବୁଧବାର ପର୍ଯ୍ୟନ୍ତ ୩୨ ଟି ମାମଲା ରିପୋର୍ଟ ହୋଇଛି। ଏହାପରେ ରାଜ୍ୟ ସରକାର କୋଭିଡ୍‌ କଟକଣାକୁ ଆହୁରି କଠୋର କରିଛନ୍ତି। ରାଜ୍ୟ ସରକାର ମୁମ୍ବାଇରେ ବୃହତ ଜନସମାବେଶକୁ ବାରଣ କରିଛନ୍ତି। ବୁଧବାର ପର୍ଯ୍ୟନ୍ତ ଦେଶରେ ଓମିକ୍ରନ୍ ମାମଲା ୭୩ ରେ ପହଞ୍ଚିଛି।

Comments are closed.