ନୂଆଦିଲ୍ଲୀ : ମାଡି ଚାଲିଛି କରୋନାର ନୂଆ ଷ୍ଟ୍ରେନ୍ । ଆମେରିକା ଓ ବ୍ରିଟେନରେ ହୁ ହୁ ବ୍ୟାପିବାରେ ଲାଗିଛି ସଂକ୍ରମଣ । ଓମିକ୍ରନ ଷ୍ଟ୍ରେନ୍ ଆସିବା ପରେ ବ୍ରିଟେନରେ ସଂକ୍ରମଣ ରେକର୍ଡ ଛୁଇଁଛି । ଦିନକରେ ୮୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୧୪୬ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକାରେ ବି ଲଗାତାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବି ଲଗାତାର ବଢ଼ିବାରେ ଲାଗିଛି । ଡିସେମ୍ବର ପହିଲାରୁ ଏ ପର୍ଯ୍ୟନ୍ତ ଆମେରିକାର ପ୍ରାୟ ୩୮ ରାଜ୍ୟରେ ଓମିକ୍ରନ ଷ୍ଟ୍ରେନ୍ ଚିହ୍ନଟ ହେଲାଣି । ଏବେ ସୁଦ୍ଧା ପ୍ରାୟ ୭୭ ଦେଶରେ ଓମିକ୍ରନ ଷ୍ଟ୍ରେନ ଠାବ ହୋଇଛି ।
ଏପଟେ ଭାରତରେ ୯୭ର ପହଞ୍ଚିଛି ଓମିକ୍ରନ ଆକ୍ରାନ୍ତ ସଂଖ୍ୟା । ନୂଆ ଭାରିଆଣ୍ଟ ଧିରେ ଧିରେ ବ୍ୟାପୁଥିବାରୁ ଲୋକଙ୍କ ଭିତରେ ଚିନ୍ତା ବଢ଼ିଲାଣି । ଖାସକରି ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି । ସଂକ୍ରମିତଙ୍କୁ ଚିକିତ୍ସା କରାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ବିମାନ ବନ୍ଦର ଉପରେ ବିଶେଷ ଭାବେ ଧ୍ୟାନ ଦିଆଯାଉଛି । ବର୍ଷ ଆରମ୍ଭରୁ ମହାରାଷ୍ଟ୍ରରେ ଓମିକ୍ରନ କାୟା ବିସ୍ତାର କରିବା ନେଇ ମହାରାଷ୍ଟ୍ରର ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି ।
Comments are closed.