ଭୁବନେଶ୍ୱର: ପୁଣି ଧାରଣାରେ ତପସ୍ଵିନୀ । ନ୍ୟାୟ ପାଇବାକୁ ପୁଣି ଦ୍ୱିତୀୟ ଥର ପାଇଁ ତପସ୍ୱିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ମିଶି ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ପ୍ରବଳ ଶୀତ, କାକରରେ ବସି ନିଜ ହକ୍ ପାଇଁ ଲଢେଇ ଆରମ୍ଭ କରିଛନ୍ତି ।
ଆସନ୍ତା ୨୦ ତାରିଖରେ ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ ସୁମିତ ସାହୁଙ୍କ ପକ୍ଷରୁ ଜିଲ୍ଲା କୋର୍ଟରେ ଏକ ପିଟିସନ ଦାୟର କରାଯାଇଛି । ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ କରାଯିବ ।
ତେବେ ଆଜି ହେଉଛି ତପସ୍ୱିନୀଙ୍କ ଧାରଣାର ପ୍ରଥମ ଦିବସ । ଏନେଇ ତପସ୍ୱିନୀ କହିଛନ୍ତି, ‘ଏହା ହେଉଛି ମୋର ଶାଶୂ ଘର । ଏଇଠି ମୋର ସ୍ୱାମୀ, ଶାଶୂ ଓ ଶ୍ୱଶୁର ରହିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମୁଁ ଏଇଠି ବସି ରହିବି, ରୋଷେଇ କରି ଖାଇବି ।’
ଶୀତ କାକରରେ ନିଜ ଜିଦ୍ ରେ ବସିଛନ୍ତି ତପସ୍ୱିନୀ ।
Comments are closed.