Latest Odisha News

‘ଯୋଦ୍ଧା’ରେ ସିଦ୍ଧାର୍ଥଙ୍କ ନାୟିକା ସାଜିବେ ଦିଶା ଓ ରାଶି

ମୁମ୍ବାଇ: କରଣ ଜୋହର ଆକ୍ସନ୍ ଫ୍ରାଞ୍ଚାଇଜ୍ ର ପ୍ରଥମ ଚଳଚ୍ଚିତ୍ର ‘ଯୋଦ୍ଧା’କୁ ନେଇ ଘୋଷଣା କରିଛନ୍ତି। ଏହି ସିନେମାର ନିର୍ଦ୍ଦେଶନା ଦେବେ ସାଗର ଅମ୍ବ୍ରେ ଏବଂ ପୁଷ୍କର ଓଝା। ଯୋଦ୍ଧା’ର ପ୍ରଥମ ଲୁକ୍ ସେୟାର୍ କରି ନିର୍ମାତାମାନେ ଘୋଷଣା କରିଥିଲେ ଯେ ଏହି ଚଳଚ୍ଚିତ୍ରଟି ନଭେମ୍ବର ୧୧, ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବ।

ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ ସିଦ୍ଧାର୍ଥ ମଲହୋତ୍ରା। ତେବେ ବିପକ୍ଷରେ କିଏ ନାୟିକା ସାଜିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଡିସେମ୍ବର ୧୮, ତାଙ୍କ ବିପକ୍ଷରେ କିଏ ନାୟିକା ହେବ ସେମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ସେମାନେ ହେଉଛନ୍ତି ଦିଶା ପାଟାନି ଏବଂ ରାଶି ଖାନ୍ନା।

Leave A Reply

Your email address will not be published.