Latest Odisha News

BREAKING NEWS

ରାଜଧାନୀରେ ବାଲ୍ୟବିବାହ ରୋକିଲେ ପ୍ରଶାସନ, ବେଦୀରୁ ନାବାଳିକା ଉଦ୍ଧାର

ଭୁବନେଶ୍ୱର : ଭରତପୁର ସ୍ଥିତ କଲ୍ୟାଣ ମଣ୍ଡପରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ବିବାହ କରାଯାଉଥିବା ବେଳେ ବିଏମସି ସିଡିପିଓ, ଅଙ୍ଗନବାଡି ସୁପରଭାଇଜର ଓ ଖଣ୍ଡଗିରି ପୋଲିସ ସହାୟତାରେ ଚାଇଲ୍ଡଲାଇନ୍ ଅଧିକାରୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ କନ୍ଧମାଳ ଜିଲ୍ଲାର ଜଣେ ୨୯ ବର୍ଷୀୟ ବ୍ୟକ୍ତିଙ୍କ ସହ ଉକ୍ତ ନାବାଳିକାର ବିବାହ ସ୍ଥିର ହୋଇଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ଏହି ବାଲ୍ୟବିବାହକୁ ରୋକିବା ପାଇଁ ବିଏମସି ସିଡିପିଓ ସସ୍ମିତା ହୋତା ଅଙ୍ଗନବାଡି ସୁପରଭାଇଜର ଝୁଲଣା ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପରେ ଝୁଲଣା ସେଠୀ ଚାଇଲ୍ଡଲାଇନର ହରପ୍ରିୟା ପତି ଓ ପ୍ରଶାନ୍ତ ସାହୁଙ୍କ ସହିତ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ନାବାଳିକାଙ୍କ ପରିବାର ଲୋକେ ବିବାହ ରୋକିବାକୁ ଯାଇଥିବା ଅଧିକାରୀମାନଙ୍କୁ ଗୋଟିଏ ରୁମରେ ବନ୍ଦ କରିଦେଇଥିଲେ । ପରେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଧିକାରୀ ଓ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ।

ଆହୁରି ମଧ୍ୟ ଉକ୍ତ ନାବାଳିକାଙ୍କୁ ଶନିବାର ଦିନ ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.