Latest Odisha News

BREAKING NEWS

ଭୁବନେଶ୍ୱର: ଅଂଶୁଘାତରେ ଜିଆରପି କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଦିନ ଅଂଶୁଘାତ ପ୍ରଭାବରେ ଜଣେ ଜିଆରପି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଛି ।

ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୪୪) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସେ ଭୁବନେଶ୍ୱର ରେଲୱେ ଷ୍ଟେସନରେ କାର୍ଯ୍ୟରତ ଥିବାବେଳେ ଅଚାନକ ବେହୋସ ହୋଇଯାଇଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ଶୁକ୍ରବାର ଦିନ ଭୁବନେଶ୍ୱରର ତାପମାତ୍ରା ୩୮.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

Leave A Reply

Your email address will not be published.