ସୋନପୁର : ବାଇକ ଓ ଟାଟା ଏସି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ସୁବର୍ଣ୍ଣପୁର-ବୀରମହାରାଜପୁର ରାସ୍ତାର ମହଦା ନିକଟରେ ଘଟିଛି ଦୁର୍ଘଟଣା । ଆଜି ସଂଧ୍ୟାରେ ବୀରମହାରାଜପୁର ପଟୁ ଏକ ଟାଟା ଏସି ଟାଇଲ ଓ ପାଇପ ନେଇ ଆସୁଥିବା ବେଳେ ସୁବର୍ଣ୍ଣପୁର ପଟୁ ବାଇକରେ ୩ ଜଣ ବ୍ୟକ୍ତି ଆସୁଥିଲେ । ଦ୍ରୁତ ଗତିରେ ଯାଉଥିବା ଟାଟା ଏସି ବାଇକକୁ ମୁହାଁମୁହିଁ ଧକ୍କା ଦେବା ପରେ ରାସ୍ତା କଡରେ ଥିବା ବିଲକୁ ଖସି ପଡିଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ । ଆହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ବାଇକରେ ଯାଉଥିବା ୩ ଜଣ ସୁବଳୟା ଥାନା ଟିକ୍ରାପଡାର ବୋଲି ଜଣାପଡିଥିବା ବେଳେ, ସେମାନଙ୍କ ପରିଚୟ ମିଳିନାହିଁ ।
BREAKING NEWS
- ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ବିଜେପି ଘଟାଇଛି ବ୍ୟାପକ ହିଂସାକାଣ୍ଡ: ବିଜେଡି
- ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ପଛରେ ଷଡ଼ଯନ୍ତ୍ର?
- ବିଜେପିରୁ ଖାରବେଳ ସ୍ୱାଇଁ ବହିଷ୍କୃତ, ସମୀର ଦାଶ ହେଲେ ରାଜ୍ୟ ବିଜେପି ମୁଖପାତ୍ର
- ‘ପ୍ରଥମ ଥର ପାଇଁ ଓଡିଶାରେ ବିଜେପିର ଏକାକୀ ସରକାର ଗଠନ ହେବ’
- ମୋଦୀଙ୍କ ଭକ୍ତ ଜଗନ୍ନାଥ ମନ୍ତବ୍ୟ ଜିଭ ଖସିଯିବାରୁ ହୋଇଛି କହିଲେ ସମ୍ବିତ ପାତ୍ର
- ଅସ୍ତ୍ରୋପଚାର ପାଇଁ ଲଣ୍ଡନ ଯିବେ ଧୋନୀ
- ‘ଜନତା ଚୁପ୍ ଅଛନ୍ତି, ମୁଁ ଭାବୁଛି ଏଥର ପରିବର୍ତ୍ତନ ସୁନିଶ୍ଚିତ’
- ପୂର୍ବ ଆରଏ କମାଣ୍ଡର ମାଇକେଲ ହେସ ରଚିଥିଲେ ମାଂଉଟବେଟନଙ୍କ ହତ୍ୟା ଷଡଯନ୍ତ୍ର
- ଆଳିରେ ମୋଦିଙ୍କ ଗ୍ୟାରେଣ୍ଟିକୁ କଡା ସମାଲୋଚନା କଲେ ପାଣ୍ଡିଆନ; କହିଲେ, ସବୁ ପ୍ରତିଶୃତି ମିଛ
- ଗେଲଙ୍କୁ କୋହଲି କହିଲେ କାକା ଟିମକୁ ଆସ…ତୁମ ପାଇଁ ଇମ୍ପାକ୍ଟ ପ୍ଲେୟାର ନିୟମ ରହିଛି