କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଦୁଆ ଅଞ୍ଚଳରେ ପୋଲିସ ଚଢଉ କରି ‘ନନ୍ଦପୁର ଏରିଆ କମିଟି’ର ସଦସ୍ୟ ରହିଥିବା ମାଓବାଦୀକୁ ଗିରଫ କରିଛି ।
ପୋଲିସ ଦ୍ୱାରା ଗିରଫ ହୋଇଥିବା ଏହି ଦୁର୍ଦ୍ଧାନ୍ତ ମାଓବାଦୀ ଜଣକ ପଦୁଆ ଥାନା ଅନ୍ତର୍ଗତ ତଳ କଣ୍ଡାପାଲ୍ଲୀର ବାସିନ୍ଦା ଜୟରାମ ଖିଲା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।
କୋରାପୁଟ ଏସପି କନୱାର ବିଶାଲ ସିଂହ କହିଛନ୍ତି, ଗିରଫ ହୋଇଥିବା ଏହି ମାଓବାଦୀ ଜଣକ ଅଗଷ୍ଟ ୮ ତାରିଖ ୨୦୧୭ରେ ହାତିବାରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଜଗନ୍ନାଥ ଖରା ହତ୍ୟାକାଣ୍ଡରେ ସଂପୃକ୍ତ ।
ଏପରିକି ଏହି ମାଓବାଦୀ ଜଣକ ସେପ୍ଟେମ୍ବର ୨୦୧୮ରେ ଆନ୍ଧ୍ରପ୍ରଦେଶର ଟିଡ଼ିପି ବିଧାୟକ ଏବଂ ପୂର୍ବତନ ବିଧାୟକ ଶିବେରୀ ସୋମାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ରହିଛି ବୋଲି ଏସପି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।
ଏସପି ଏସମ୍ପର୍କରେ ଆହୁରି ସୂଚନାଦେଇ କହିଛନ୍ତି ଯେ, ମାଓବାଦୀ ଖାଲିକୁ କୋର୍ଟରେ ତୁରନ୍ତ ହାଜର କରାଯିବ ।
Comments are closed.