Latest Odisha News

BREAKING NEWS

କେନ୍ଦ୍ରାପଡାରେ ପୋଷ୍ଟାଲ୍ ବାଲାଟ୍ ନମିଳିବାରୁ ଧାରଣାରେ ବସିଲେ ପୋଲିଂ କର୍ମଚାରୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ହେବାକୁ ଥିବା ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପୋଷ୍ଟାଲ ବାଲାଟ୍ ନ ମିଳିବାରୁ କର୍ମଚାରୀମାନେ ଇଭିଏମ୍ ବିତରଣ କେନ୍ଦ୍ରରେ ଧାରଣାରେ ବସିଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ ଇଭିଏମ୍ ଓ ତଦସମ୍ବନ୍ଧୀୟ ସାମଗ୍ରୀ ଆଣିବାକୁ କର୍ମଚାରୀମାନେ ଇଭିଏମ୍ ବିତରଣ କେନ୍ଦ୍ରକୁ ଯାଇଥିବାବେଳେ ପୋଷ୍ଟାଲ ବାଲାଟ୍ ପ୍ରଦାନ ସମ୍ପର୍କରେ ପଚାରିଥିଲେ । କିନ୍ତୁ ଅଧିକାରୀମାନେ ସେମାନଙ୍କ କଥା ପ୍ରତି ଧ୍ୟାନ ଦେଇନଥିଲେ ଏବଂ ଓଲଟି ସେମାନଙ୍କୁ ଗାଳିଗୁଲଜ କରିଥିବା ନେଇ ଜଣାପଡିଛି । ତେବେ ପୋଷ୍ଟାଲ ବାଲାଟ୍ ନ ମିଳିବାରୁ ଉତକ୍ଷିପ୍ତ ହୋଇ ବିତରଣ କେନ୍ଦ୍ରରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ପୋଷ୍ଟାଲ ବାଲାଟ୍ ନ ମିଳିଲେ ଇଭିଏମ୍ ରିସିଭ୍ କରିବେନି ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି ।

ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରନ୍ଦ୍ରେ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଖୁବଶୀଘ୍ର ଏସମ୍ପର୍କରେ ତଦନ୍ତ କରାଯିବ । ଆହୁରି ମଧ୍ୟ ପୋଲିଂ କର୍ମଚାରୀମାନେ ତାଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ଗସ୍ତ କରିବା ପୂର୍ବରୁ ସେମାନଙ୍କୁ ପୋଷ୍ଟାଲ ବାଲାଟ୍ ପ୍ରଦାନ କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.