Latest Odisha News

BREAKING NEWS

ବିଜେଡି ନେତା ପ୍ରଦୀପ ମହାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର : ପିପିଲି ବିଧାୟକ ତଥା ବିଜେଡି ନେତା ପ୍ରଦୀପ ମହାରଥୀ ଫ୍ଲାଇଂ ସ୍କ୍ୱାଡଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବାବେଳେ ଶନିବାର ଦିନ ସ୍ୱତନ୍ତ୍ର ପ୍ରାଧିକୃତ ଅଦାଲତ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଏଥିସହିତ ଅଦାଲତ ତାଙ୍କୁ ୫୦ ହଜାର ଟଙ୍କା ଜୋରିମାନା ସହ ଜାମିନ ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ସାକ୍ଷୀଙ୍କୁ କୌଣସି ପ୍ରଭାବିତ ନକରିବା ଏବଂ ପୋଲିସକୁ ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ତାଙ୍କୁ କୋର୍ଟ ଜାମିନ ଦେଇଛନ୍ତି ।

ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏହି ବିଜେଡି ନେତା ଜଣକ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ ପୋଲିସ ପୂର୍ବରୁ ମହାରଥୀଙ୍କ ବିରୋଧରେ କୋର୍ଟରେ କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଦାଖଲ କରିଥିଲେ ।

ଏପ୍ରିଲ୍ ୨୦ ତାରିଖ ବିଳମ୍ବିତ ରାତିରେ ତାଙ୍କ ଫାର୍ମହାଉସରେ ଫ୍ଲାଇଂ ସ୍କ୍ୱାଡଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ପୋଲିସ ଏପ୍ରିଲ୍ ୨୨ ତାରିଖରେ ବିଜେଡି ବଧାୟକ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଥିଲା ।

ଆହୁରି ମଧ୍ୟ ମହାରଥୀଙ୍କ ବିରୋଧରେ ଆଇପିସିର ଧାରା ୩୦୭, ୩୫୩, ୩୪୧, ୩୩2, ୧୪୭, ୧୪୮, ୧୪୯, ୧୭୧(ବି) ଓ 50୬ ଦଫା ଏବଂ ଲୋକ ପ୍ରତିନିଧି ଆଇନ ୧୨୩ ଆଧାରରେ ମାମଲା ରୁଜୁ କରାଯାଇଥିଲା ।

Leave A Reply

Your email address will not be published.