Latest Odisha News

ଡ୍ରଗ୍ସ କେସରେ ଫସିଲେ ଅକାଳୀ ନେତା ବିକ୍ରମ ମାଜିଥିଆ, ମାମଲା ରୁଜୁ

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଡ୍ରଗ୍ସ କାରୋବାର କରିବା ଅଭିଯୋଗରେ ଅକାଳୀ ଦଳର ନେତା ବିକ୍ରମ ମାଜିଥିଆ ଫସିଛନ୍ତି । ଏହା ଅକାଳୀକୁ ବ୍ୟାକଫୁଟକୁ ଠେଲି ଦେଇଛି । ତାଙ୍କ ନାମରେ ମଙ୍ଗଳବାର ୧୯୮୫ ଧାରା ୨୫, ୨୭ଏ ଓ ୨୯ ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଛି । ପୂର୍ବରୁ ବିଭିନ୍ନ ରାଜନୈତିକ ପାର୍ଟି ଏ ନେଇ ଦାବୀ କରି ଆସୁଥିଲେ । ରାଜ୍ୟର ମୁଖ୍ୟ ଇନଭେଷ୍ଟିଗେସନ ଅଧିକାରୀ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ଡ୍ରଗ୍ସ ମୁକ୍ତ ରାଜ୍ୟ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ୨୦୧୮ ସ୍ୱତନ୍ତ୍ର ଟାସ୍କ ଫୋର୍ସ ତାଙ୍କ ବିରୋଧରେ ଏ ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା । ଏହାକୁ ଆଧାର କରି ଉପରୋକ୍ତ ନିର୍ଦ୍ଦେଶାନାମା ଜାରୀ କରାଯାଇଛି ।

Comments are closed.