Latest Odisha News

BREAKING NEWS

[ଭିଡ଼ିଓ] ‘ହାପି ବାର୍ଥ ଡେ’ ଗୋବିନ୍ଦା

ଭୁବନେଶ୍ୱର: ହାପି ବାର୍ଥ ଡେ’ ଗୋବିନ୍ଦା । ଆଜି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଜନ୍ମଦିନ । ବଲିଉଡର ଛୋଟେ ମିଆଁ ଗୋବିନ୍ଦା ୫୭ ବର୍ଷରେ ପାଦ ଦେଇଛନ୍ତି । ୯୦ ଦଶକରେ ତାଙ୍କ ଅଭିନୟ ଆଜିବି ଲୋକଙ୍କ ମନରେ ରାଜ କରୁଛି । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି । ଆକ୍ଟିଙ୍ଗ ହେଉ ବା ଡ୍ୟାନ୍ସ ସବୁଠି ସେ ନିଜର କରାମତି ଦେଖାଇଛନ୍ତି । କମେଡିଠାରୁ ଆକ୍ସନ ସବୁ ଫିଲ୍ମରେ ତାଙ୍କର ଅଭିନୟର ଯାଦୁ ବେଶ ଆକର୍ଷଣୀୟ ।

ଗୋବିନ୍ଦା ଫିଲ୍ମରୁ ଦୂରେଇ ଯାଇଛନ୍ତି ସତ ହେଲେ ବଲିଉଡରେ ତାଙ୍କ କ୍ରେଜ ଏବେ ବି ରହିଛି । ଗୋବିନ୍ଦାଙ୍କ ପୂରା ନାଁ ଗୋବିନ୍ଦ ଅରୁଣ ଆହୁଜା । ଜନ୍ମ ୨୧ ଡିସେମ୍ବର ୧୯୬୩ ମସିହା ମୁମ୍ବାଇରେ । ଗୋବିନ୍ଦାଙ୍କ ବାପା ଅରୁଣ କୁମାର ଅହୁଜା ଓ ମାଆ ହେଉଛନ୍ତି ନିର୍ମଳା ଦେବୀ । ତାଙ୍କ ବାପା ମାଆ ଉଭୟ ଫିଲ୍ମ ସହ ଜଡିତ ।

ଫିଲ୍ମରେ ତାଙ୍କୁ ଡ୍ୟାନ୍ସ ଶିଖାଇବାର ଆବଶ୍ୟକତା ପଡି ନଥାଏ । କାରଣ ତାଙ୍କ ଭିନ୍ନ ଶୈଳୀର ଡ୍ୟାନ୍ସ ଓ ଆକ୍ସନ ପାଇଁ ସେ ଅନେକଙ୍କୁ ଦିୱାନା କରିଛନ୍ତି । ଆଉ ତାଙ୍କ ଅଭିନୀତ ଗୀତ ଗୁଡିକ ମଧ୍ୟ ବେଶ ମନଛୁଆଁ । ସୁନୋ ମିଆଁ, ଲାଲ ଦୁପଟା ବାଲି, କିସି ଡିସ୍କୋମେଁ ଯାଏଁ, ଓଏ ରାଜୁ, ଆଖିଓଁ ସେ ଗୋଲି ମାରେ ଏମିତି ଆହୁରି ଅନେକ । ଗୋବିନ୍ଦାଙ୍କ ଡ୍ୟାନ୍ସ ଷ୍ଟାଇଲ ଯୋଗୁଁ ସେ ବଲିଉଡରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।

ପାରିବାରିକ ସମସ୍ୟା ଭିତରେ କମର୍ସରେ ଗ୍ରାଜୁଏସନ କରିଥିଲେ ଗୋବିନ୍ଦା । ଏହାପରେ ସେ ଫିଲ୍ମରେ ପ୍ରବେଶ କରିଥିଲେ । ‘ତନ ବଦନ’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ କେବେ ବି ପଛକୁ ଫେରିନଥିଲେ ।

ଦୁହ୍ଲେ ରାଜା, ହଦ କରଦି ଆପନେ, ଆଖେଁ, ରାଜା ବାବୁ, ଜୋଡି ନମ୍ବର-୧, ସ୍ୱର୍ଗ, ସୋଲା ଓର ସବନମ, ବଡେ ମିଆଁ ଛୋଟେ ମିଆଁ, କୁଆଁରା ଓ ହିରୋ ନମ୍ବର ୱାନ ଭଳି ହିଟ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଗୋବିନ୍ଦା ।

ଏହାରି ମଧ୍ୟରେ ଗୋବିନ୍ଦା ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ୧୧ ମାର୍ଚ୍ଚ ୧୯୮୭ ମସିହାରେ ଗୋବିନ୍ଦା ସୁନିତା ଆହୁଜାଙ୍କୁ ବିବାହ କରିଥିଲେ ।

୨୦୦୪ରେ ଗୋବିନ୍ଦା କଂଗ୍ରେସରେ ଯୋଗ ଦେଇଥିଲେ । ଏହା ସହ ମୁମ୍ବାଇରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ହେଲେ ୨୦୦୮ରେ ସେ ରାଜନୀତି ଛାଡି ପୁଣି ଫିଲ୍ମ ଦୁନିଆରେ ପ୍ରବେଶ କରିଛନ୍ତି ।

 

Leave A Reply

Your email address will not be published.