Latest Odisha News

BREAKING NEWS

ସମ୍ବଲପୁରରୁ ଗିରଫ ଟ୍ୟୁସନ ମାଷ୍ଟର, ଅପହୃତା ୨ ନାବାଳିକା ଉଦ୍ଧାର

ଭୁବନେଶ୍ବର : ଶେଷରେ ବନ୍ଧା ହେଲେ ରସିକିଆ ଟ୍ୟୁସନ୍ ମାଷ୍ଟର। ପାଠ ପଢାଉଥିବା ଛାତ୍ରୀଙ୍କୁୂ ଅପହରଣ କରି ନେଇଥିବା ଏହି ଟ୍ୟୁସନ୍ ସାର୍ଙ୍କୁ ସମ୍ବୁଲପୁରରୁ ଗିରଫ କରିଛି ପୁଲିସ୍। ଭୁବନେଶ୍ବରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ସାର ଅପହରଣ କରିନେବା ଅଭିଯୋଗ ହୋଇଥିଲା।

ଟ୍ୟୁସନ ସାର୍ ଗୋପାଳ କୃଷ୍ଣ ବଡତ୍ୟାଙ୍କୁ ସମ୍ବଲପୁର ଅଇଁଠାପାଲ୍ଲୀ ଅଞ୍ଚଳରୁ ପୋଲିସ ଗିରଫ କରିଛି । ଅପହରଣ ହୋଇଥିବା ଦୁଇ ଛାତ୍ରୀଙ୍କୁ ବଡଗଡ ପୋଲିସ ଉଦ୍ଧାର କରିଛି ।

ଗତ ରବିବାର ୨ ଛାତ୍ରୀଙ୍କୁ ନେଇ ଟ୍ୟୁସନ ମାଷ୍ଟର ଫେରାର ହୋଇଯାଇଥିଲେ । ପ୍ରତିଶୋଧ ପରାୟଣ ହୋଇ ସାର୍‌ ଏମିତି କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

ଗୋପାଳକୃଷ୍ଣ ବଡତ୍ୟା ନାମକ ଜଣେ ଯୁବକ ୨ ନାବାଳିକା ଭଉଣୀଙ୍କୁ ଟ୍ୟୁସନ କରୁଥିଲେ । ହେଲେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଟ୍ୟୁସନ କରିବାରୁ ସନ୍ଦେହ କରିଥିଲେ ପରିବାର ନାବାଳିକାଙ୍କ ପରିବାର ଲୋକେ । ଆଉ ୨ ଭଉଣୀଙ୍କୁ ଆଉ ଟ୍ୟୁସନ ଛାଡ଼ିବାକୁ ମନା କରିଥିଲେ । ହେଲେ ଏଥିରେ ରାଗି ଯାଇ ସଂପୃକ୍ତ ଟ୍ୟୁସନ ମାଷ୍ଟର ଜଣକ ଧମକ ଚମକ ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

Comments are closed.