Latest Odisha News

ଲୁଧିଆନା ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂଗଠନ ‘ବାବର ଖାଲସା’!

ନୂଆଦିଲ୍ଲୀ: ଲୁଧିଆନା କୋର୍ଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଚାଲିଛି। ଇଣ୍ଟେଲିଜେନ୍ସ ଏଜେନ୍ସିମାନେ ଏହାକୁ ଜାଣିବା ପାଇଁ ପ୍ରତ୍ୟେକ ଦିଗରୁ ଯାଞ୍ଚ କରୁଛନ୍ତି। ଏହି ସମୟରେ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ବିସ୍ଫୋରଣରେ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ବାବର ଖାଲସା ସମ୍ପୃକ୍ତ ଅଛନ୍ତି। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ ଏହି ସଂଗଠନ ଏକ ଯୋଜନାବଦ୍ଧ ଢଙ୍ଗରେ କରାଯାଇଛି।

ରିପୋର୍ଟ ଅନୁଯାୟୀ ଲୁଧିଆନା କୋର୍ଟରେ ବିସ୍ଫୋରଣ ପଛରେ ବାବର ଖାଲସା ସମ୍ପୃକ୍ତ ଅଛନ୍ତି। ଏହି ବିସ୍ଫୋରଣକୁ ବାବର ଖାଲସା ମୁଖ୍ୟ ୱାଡୱା ସିଂ କରିଥିଲେ। ୱାଡୱା ସିଂ ତାଙ୍କ ସ୍ଥାନୀୟ ସହଯୋଗୀଙ୍କ ମାଧ୍ୟମରେ ଏହି ବଡ ଷଡଯନ୍ତ୍ର କରିଥିବା ସୂଚନା ମିଳିଛି।

ଉଲ୍ଲେଖ ଥାଉ କି, ବାବର ଖାଲସା ଏକ ଆତଙ୍କବାଦୀ ସଂଗଠନ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଏକ ସ୍ବାଧୀନ ଶିଖ ଦେଶ ‘ଖଲିସ୍ତାନ’ ସୃଷ୍ଟି କରିବା।

Comments are closed.