Latest Odisha News

ଓମିକ୍ରନ୍‌ ଭୟ; ୧୦ ରାଜ୍ୟକୁ ସ୍ବତନ୍ତ୍ର ଟିମ୍‌ ପଠାଇବ କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ କେନ୍ଦ୍ର ସରକାର ଏହାର ସ୍ୱତନ୍ତ୍ର ଟିମ୍‌କୁ ୧୦ ଟି ରାଜ୍ୟକୁ ପଠାଇବେ। ଶନିବାର ଦିନ ଏହି ସୂଚନା ପ୍ରଦାନ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୧୦ ଟି ଚିହ୍ନିତ ରାଜ୍ୟରେ କେନ୍ଦ୍ରୀୟ ଦଳ ନିୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ କେତେକ ରାଜ୍ୟରେ ଓମିକ୍ରନ୍‌ କ୍ରମାଗତ ଭାବରେ ବୃଦ୍ଧି ପାଉଛି। କେତେକ ରାଜ୍ୟରେ ଟିକାକରଣର ଗତି ମନ୍ଥର ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ ଏବଂ ପଞ୍ଜାବରେ କେନ୍ଦ୍ର ସ୍ବତନ୍ତ୍ର ଟିମ୍‌ ନିୟୋଜିତ କରିବ।

Comments are closed.