Latest Odisha News

BREAKING NEWS

ଟ୍ରାଭେଲ ହିଷ୍ଟ୍ରି ନଥିବା ଡାକ୍ତର ଓମିକ୍ରନ୍ ପଜିଟିଭ

ନୂଆଦିଲ୍ଲୀ: କଲିକତା ମେଡିକାଲ କଲେଜ ହସ୍ପିଟାଲର ଜୁଣେ ଜନିଅର ଡାକ୍ତର ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ‌ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହା ସହିତ ପଶ୍ଚିମବଙ୍ଗରେ ସମୁଦାୟ ଓମିକ୍ରନ୍ ମାମଲା ୪କୁ ବୃଦ୍ଧି ପାଇଛି।

କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୨୧ ବର୍ଷିୟ ଜୁନିଅର ଡାକ୍ତର ଜ୍ୱରରେ ପୀଡ଼ିତ ହେବା ପରେ ତାଙ୍କ ନମୁନାକୁ କରୋନା ପରୀକ୍ଷା ପାଇଁ ଜିନୋମ କ୍ରମକୁ ପଠାଯାଇଥିଲା। ଶୁକ୍ରବାର ରାତିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି।

ରୋଗୀଙ୍କୁ କୋଲକାତାର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜୁନିଅର ଡାକ୍ତର ଜଣଙ୍କର କୌଣସି ଅନ୍ତର୍ଜାତୀୟ ଟ୍ରଭେଲ୍‌ ହିଷ୍ଟ୍ରି ନାହିଁ।

ଡିସେମ୍ବର ୧୫ରେ ପଶ୍ଚିମବଙ୍ଗରେ ପ୍ରଥମ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିଲା। ଡିସେମ୍ବର ୨୩ରେ, ପଶ୍ଚିମବଙ୍ଗରେ ଓମିକ୍ରନର ଆଉ ଦୁଇଟି ମାମଲା ଚିହ୍ନଟ ହୋଇଥିଲା। ଜଣେ ରୋଗୀ ନାଇଜେରିଆରୁ ଏବଂ ଅନ୍ୟ ଜଣେ ବ୍ରିଟେନରୁ ଫେରିଥିଲେ।

Comments are closed.