Latest Odisha News

ଆନ୍ଧ୍ର ପ୍ରଦେଶ; ଆଉ ୨ ନୂଆ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଆଉ ୨ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଡିସେମ୍ବର ୧୬ରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଜଣେ ୪୮ ବର୍ଷୀୟ ଯାତ୍ରୀ ଡିସେମ୍ବର ୨୦ରେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ତାଙ୍କର ନମୁନାଗୁଡିକ (CCMB) କୁ ସେଣ୍ଟରକୁ ପଠାଯାଇଥିଲା। ଶନିବାର ଦିନ, ତାଙ୍କର ରିପୋର୍ଟ ଓମିକ୍ରନ୍‌ ପଜିଟିଭ ଚିହ୍ନଟ ହୋଇଛି।

ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି। ଏହି ବ୍ୟକ୍ତି ସୁସ୍ଥ ଅଛନ୍ତି ଏବଂ ସଙ୍ଗରୋଧରେ ଥିବା ସୂଚନା ମିଳିଛି।

ଏହି ସମୟ ମଧ୍ୟରେ, ଡିସେମ୍ବର ୧୮ରେ ବ୍ରିଟେନରୁ ବାଙ୍ଗାଲୁରୁ ଆସିଥିବା ଜଣେ ୫୧ ବର୍ଷୀୟ ବ୍ୟକ୍ତି କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି।

Comments are closed.