ପୁରୀ: ୨୦୨୨ ପାଇଁ ଭାରତର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଘୋଷିତ । ଭାରତ ପାଇଁ ଏଥର ଟି୨୦ ବିଶ୍ୱକପ ଜିତିବା ସୁଯୋଗ ମଧ୍ୟ ରହିଛି ।
ଜାନୁୟାରୀ: ଡିସେମ୍ବର ୨୬ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ଜାନୁୟାରୀ ବାକି ଥିବା ୨ ଟେଷ୍ଟ ଏବଂ ଦିନିକିଆ ସିରିଜ ଖେଳାଯିବ ।
ଫେବୃୟାରୀ: ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ଭାରତ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜ ସହ ୩ଟି ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ଏହି ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ୨ଟି ଟେଷ୍ଟ ଖେଳିବ ।
ମାର୍ଚ୍ଚ: ଶ୍ରୀଲଙ୍କା ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟ ଏବଂ ଟି୨୦ ସିରିଜ ମାର୍ଚ୍ଚରେ ଖେଳାଯିବ । ଏହା ପରେ ବିସିସିଆଇ ଆଇପିଏଲ ପ୍ରସ୍ତୁତି ଆରମ୍ଭ କରିବ ।ଏପ୍ରିଲ-ମେ: ଆଇପିଏଲରେ ବ୍ୟସ୍ତ ରହିବେ ଟିମ ଇଣ୍ଡିଆ ଖେଳାଳି ।
ଜୁନ: ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆ ଘରୋଇ ମାଟିରେ ୫ ଟେଷ୍ଟ ଓ ଟି୨୦ ମ୍ୟାଚ ଖେଳିବ ।
ଜୁଲାଇ: ଭାରତ ଟିମ ଇଂଲଣ୍ଡରେ ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଏହା ବ୍ୟତୀତ ଗୋଟିଏ ଟେଷ୍ଟ ମ୍ୟାଚ ମଧ୍ୟ ଖେଳିବ । ୨୦୨୧ରେ କୋଭିଡ ୧୯ ମହାମାରୀ ଯୋଗୁ ବକେୟା ଥିବା ୫ମ ଟେଷ୍ଟ ଏଠାରେ ଖେଳାଯିବ ।
ଅଗଷ୍ଟ-ସେପ୍ଟମ୍ବର: ତାରିଖର ଘୋଷଣା ହୋଇ ନ ଥିଲେ ମଧ୍ୟ ଭାରତ ଏହି ମାସରେ ହେବାକୁ ଥିବା ଏସିଆ କପରେ ଅଂଶଗ୍ରହଣ କରିପାରେବ ।
ଅକ୍ଟୋବର-ନଭେମ୍ବର: ଟି୨୦ ବିଶ୍ୱକପ ଖେଳିବା ପାଇଁ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯିବ ।
BREAKING NEWS
- ଗେଲଙ୍କୁ କୋହଲି କହିଲେ କାକା ଟିମକୁ ଆସ…ତୁମ ପାଇଁ ଇମ୍ପାକ୍ଟ ପ୍ଲେୟାର ନିୟମ ରହିଛି
- ‘ଏଠି କେବଳ ନବୀନ ଇଞ୍ଜିନ କାମ ଦେବ, ଡବଲ ଇଞ୍ଜିନ ପୁରା ଫେଲ୍’
- ‘ଜଗନ୍ନାଥ ମୋଦୀଙ୍କ ଭକ୍ତ’ କହି ନିନ୍ଦିତ ହେଲେ ସମ୍ବିତ ପାତ୍ର, ଚାରିଆଡୁ ସମାଲୋଚନା
- ଅନୁଗୁଳ ମାହୋଲ ବଦଳାଇବ ମୋଦି ଲହର !
- ବିଜେଡି ବିରୋଧରେ ଆହୁରି ଆକ୍ରମଣାତ୍ମକ ହେଲେ ମୋଦୀ, ଦେଲେ କି ଟୁରିଷ୍ଟ ମନ୍ତବ୍ୟର ଜବାବ?
- କର୍ଣ୍ଣାଟକ ଯୌନ ଶୋଷଣ ମାମଲା: ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ
- ସମ୍ବଲପୁର ଲଢେଇ ସମ୍ମାନର ପ୍ରଶ୍ନ
- ‘ଘାଇଲା ବାଘ ଭଳି ମଣିଷ ଖାଇବାକୁ ଟିକେ ବି ପଛାଉ ନାହାନ୍ତି ବିଜେଡି କର୍ମୀ’
- ଏହି ଗ୍ରାମରେ ପଙ୍ଖା, ଫୋନ ମଧ୍ୟ ହେଉନି ବ୍ୟବହାର
- ‘କଙ୍ଗନା ଯେଉଁ ମନ୍ଦିରକୁ ଯାଉଛନ୍ତି, ସେହି ମନ୍ଦିରକୁ ସଫା କରିବା ଜରୁରୀ’