ଭଦ୍ରକ: ପଶୁ ବ୍ୟବସାୟୀ ସଂଘଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ପଶୁ ଚାଷ କରି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ପୂର୍ବ ଆଇନ ଅନୁଯାୟୀ ରାସ୍ତାରେ ପରିବହନ ସମୟରେ ସହଯୋଗ କରିବା ପାଇଁ ବିଭିନ୍ନ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ପଶୁ ବ୍ୟବସାୟୀ ସଂଘ ସଭାପତି ଶେଖ୍ ମୁନ୍ତାକିମ ବକ୍ସ କୁରେସି ।
ସଭାପତିଙ୍କ ନେତୃତ୍ୱରେ ପଶୁ ବ୍ୟବସାୟୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ୧୯୭୮ ଓ ୨୦୦୯ଆଇନ ଅନୁଯାୟୀ ସେମାନଙ୍କୁ ପରିବହନରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ତେବେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅନ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
Comments are closed.