ବାଙ୍କି : ବାଙ୍କୀ ଉପଖଣ୍ଡରେ ବୃଦ୍ଧି ପାଉଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଏହି କ୍ରମରେ ଚଳିତ ବର୍ଷ ପାଇଁ ଅରାଚଣ୍ଡୀରେ ୱେଟ୍ ଲ୍ୟାଣ୍ଡ ପକ୍ଷୀ ଗଣନା ଆରମ୍ଭ ହୋଇଛି । ମୋଟ୍ ୩ଟି ଟିମ୍ ପକ୍ଷୀ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ପକ୍ଷୀ ଗଣନା କାର୍ଯ୍ୟରେ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଛାତ୍ର, ବାଙ୍କୀ କଲେଜର ରୋଭର ରେଞ୍ଜର ମୁଖ୍ୟ ଭୂପତି ଭୂଷଣ ପ୍ରଧାନଙ୍କ ସହ ୭ ଜଣ ସଦସ୍ୟ, ସିଆରଟିଡି ସଂସ୍ଥାର ସଦସ୍ୟ ଯୋଗ ଦେଇଥିଲେ । କୋଭିଡ ଗାଇଡଲାଇନ ଅନୁସାରେ ସାମାଜିକ ଦୂରତା ରକ୍ଷା କରି ପକ୍ଷୀ ଗଣନା ହୋଇଛି ।
ଗତ ବର୍ଷ ୧୫ ହଜାର ୧୧୩ଟି ବିଦେଶାଗତ ପକ୍ଷୀ ଏଠାକୁ ଆସିଥିଲେ । ହେଲେ ଏଥର ପ୍ରାୟ ୧୧୩ ପ୍ରଜାତିର ୧୭ ହଜାରରୁ ଅଧିକ ପକ୍ଷୀ ଅରାଚଣ୍ଡୀକୁ ଆସିଥିବା ନେଇ ସିଆରଟିଡି ପକ୍ଷରୁ କୁହାଯାଇଛି । ପକ୍ଷୀ ଗଣନା ବେଳେ ଦେଖାଯାଇଥିବା ପକ୍ଷୀଙ୍କ ମଧ୍ୟରେ ନର୍ଦ୍ଦନ ପିନ୍ ଟେଲ, ରୁଡ଼ି ସେଲ ଡକ୍, ନର୍ଦ୍ଦନ ଶୋଭଲର, କଟନ ଟିଲ, ଇରେଷିଆନ ଉଇଜନ, ରେଡ୍ କ୍ରେଷ୍ଟେଡ ପୋଚାର୍ଡ, ସ୍ପଟ ବିଲ୍ ଡକ୍, ଗାର୍ଗାନି, ପେଣ୍ଟେଡ଼ ଷ୍ଟର୍କ, ଗ୍ରେ ହେରନ୍, ପର୍ପଲ ହେରୋନ୍, କମନ ସ୍ନାଇପ, ବ୍ଲାକ ଟେଲ ଗଡଉଇଟ, କମନ କୁଟ୍, ଲିଟିଲ ଗ୍ରିବ୍, ଗ୍ରେ ହେଡେଡ ଲାପ୍ଉଇଙ୍ଗ ପ୍ରମୁଖ ଅଛନ୍ତି ।
Comments are closed.