Latest Odisha News

BREAKING NEWS

ନବୀନ ସରକାର ଆଦିବାସୀ ବିରୋଧି: କଂଗ୍ରେସ

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ସଂସ୍ଥା ନିର୍ବାଚନ କ୍ଷେତ୍ରରେ ଓଡ଼ିଶାର ୩୦ଟି ଜିଲ୍ଳା ମଧ୍ୟରୁ ୨୩ ଟି ଜଲ୍ଲାରେ ଆଦିବାସୀମାନଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବାରୁ କଂଗ୍ରେସ ତୀବ୍ର ବିରୋଧ କରିଛି । ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ପ୍ରସଙ୍ଗରେ ସ୍ୱର ଉଠାଇ ବିଜେଡ଼ି ସରକାର ଆଦିବାସୀ ବିରୋଧ ବୋଲି ଅଭିଯୋଗ କରିଛନ୍ତି । ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ ଆଦିବାସୀମାନଙ୍କ ପାଇଁ ରାଜନୀତିକ ସଂରକ୍ଷଣ ଏକ ସାମ୍ବିଧାନିକ ଅଧିକାର । ଆମ ସମ୍ବିଧାନର ୨୪୩ (ଡି) ଧାରାରେ ଉଭୟ ଅନୁସୂଚୀତ ଜାତି ଓ ଅନୁସୂଚିତୀ ଜନଜାତିଙ୍କ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାରେ ଆସନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି । ତଦନୁଯାୟୀ ବସ୍ତୁତ ଓଡ଼ିଶା ଗ୍ରାମପଂଚାୟତ ଆଇନ ୧୯୬୪ ଓ ପଞ୍ଚାୟତ ସମିତି ଆଇନ ୧୯୫୯ରେ ପ୍ରାଗଧାନ କରାଯାଇଛି । ପ୍ରତ୍ୟେକ ପଞ୍ଚାୟତ, ପଞ୍ଚାୟତ ସମିତିରେ ଆଦିବାସୀଙ୍କ ନିମନ୍ତେ ଆସନ ସଂରକ୍ଷଣ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଗ୍ରାମପଞ୍ଚାୟତ ଆଇନ ୧୯୬୪ ର ଧାରା ୧୦ ଓ ପଞ୍ଚାୟତ ସମିତି ଆଇନ ଧାରା ୧୬ରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।

BjdElectrycity

ଏପରି ବ୍ୟବସ୍ଥାମାନ ଥିବା ସତ୍ୱେ ରାଜ୍ୟ ସରକାର କିପରି ଓଡ଼ିଶାର ଆଦିବାସୀମାନଙ୍କ ପାଇଁ ୨୩ ଜିଲ୍ଲାରେ ସଂରକ୍ଷଣ ବ୍ୟବସ୍ଥା କରିନାହାନ୍ତି? ଏହା କେବଳ ସମ୍ବିଧାନର ବିରୋଧାଚରଣ ନୁହେଁ ଆଦିବାସୀ ସଂପ୍ରଦାୟର ସ୍ୱାର୍ଥ ବିରୋଧି । କଂଗ୍ରେସ ଏହାର ଦୃଢ଼ ବିରୋଧ କରୁଛି ଓ ଦାବି କରୁଛି ସରକାର ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ଚିଠା ସଂଶୋଧନ କରନ୍ତୁ ବୋଲି କଂଗ୍ରେସ କହିଛି ।

ଏହି ସମ୍ବିଳନୀରେ ଅଭିମତ ରଖି ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଥିଲେ ଯେ, ନବୀନ ସରକାର ଆଦିବାସୀମାନଙ୍କୁ ସଂରକ୍ଷଣରୁ ବଞ୍ଚିତ କରି ନିଜର ଆଦିବାସୀ ବିଦ୍ୱେଷ ମନୋଭାବ ପରିଚୟ ଦେଇଛନ୍ତି ଓ ଓବିସି କ୍ଷେତ୍ରରେ ମଧ୍ୟ ଅନୁରୂପ ଆଭିମୁଖ୍ୟ ଅତ୍ୟନ୍ତ ଦୁଃଭାଗ୍ୟଜନକ ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରାଜ୍ୟ ଆଦିବାସୀ କଂଗ୍ରେସ ଉପସଭାପତି ବିଦ୍ୟାଧର ଦେହୁରି ନିଜର ମତ ଦେଇ କହିଛନ୍ତି ଯେ, ଅବହେଳିତ ଶ୍ରେଣୀ ଆଦିବାସୀ ସଂପ୍ରଦାୟ ପ୍ରତି ଅବିଚାର ଅକ୍ଷମଣୀୟ ।

Leave A Reply

Your email address will not be published.