Latest Odisha News

BREAKING NEWS

ସୋନୁ ନିଗମ କରୋନା ପଜିଟିଭ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୋନୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ମଧୁରିମା, ପୁଅ ନିଭାନ୍ ଏବଂ ଭଉଣୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେ ଲୋକମାନଙ୍କୁ କହିଛନ୍ତି ଯେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସତର୍କ ରହିବା ଆବଶ୍ୟକ ରହିଛି। ସୋନୁ ତାଙ୍କ ପରିବାର ସହ ସଙ୍ଗରୋଧରେ ଅଛନ୍ତି। ସୋନୁ ନିଗମ ଏବେ ଦୁବାଇରେ ରହୁଛନ୍ତି।

Comments are closed.