Latest Odisha News

BREAKING NEWS

କରୋନା ସଂକ୍ରମଣ ବୃଦ୍ଧି ନେଇ ବରଗଡରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ବରଗଡ : ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ନେଇ ବରଗଡ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଅ।ରଡିଏ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋଭିଡର ସ୍ଥିତି ସମୀକ୍ଷା କରାଯିବା ସହ କୋଭିଡ ପରିଚାଳନାକୁ ନେଇ ଆଲୋଚନା କରାଯାଇଥିଲା ।

ବ୍ଲକ ଓ ପଞ୍ଚାୟତ ସ୍ତରରେ କୋଭିଡ୍ ସଚେତନତା ସୃଷ୍ଟି କରିବା ସହ ବଜାର ଘାଟରେ ଲୋକମାନେ କିପରି ସାମାଜିକ ଦୂରତା ରକ୍ଷା କରିବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ଏନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଅମାନିଆ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଅନ୍ୟପଟେ ଟିଏମସି ସେଣ୍ଟର ,କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳ କହିଥିଲେ । ଆୟୋଜିତ ଏହି ବୈଠକରେ ଆରକ୍ଷୀ ଅଧିକାରୀ ଓ ସମସ୍ତ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ ।

Leave A Reply

Your email address will not be published.