Latest Odisha News

BREAKING NEWS

ଓମିକ୍ରନ୍ ବିରୁଦ୍ଧରେ କପଡା ମାସ୍କ କେତେ ପ୍ରଭାବଶାଳୀ?

ନୂଆଦିଲ୍ଲୀ: ଓମିକ୍ରନ୍ ଆତଙ୍କ ମଧ୍ୟରେ କରୋନାର ତୃତୀୟ ତରଙ୍ଗ ଭାରତ ଛୁଇଁଥିବା ଆଶଙ୍କା କରାଯାଉଛି। ଆଜି ୯୦ ହଜାରରୁ ଅଧିକ ମାମଲା ରିପୋର୍ଟ ହୋଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ କପଡା ମାସ୍କଗୁଡ଼ିକ ଓମିକ୍ରନ୍ ସଂକ୍ରମଣକୁ ରୋକିପାରିବ ନାହିଁ। କିନ୍ତୁ ଭାରତରେ କରୋନାରୁ ସୁରକ୍ଷା ପାଇବା ପାଇଁ ଅଧିକାଂଶ କପଡ଼ା ମାସ୍କର ବ୍ୟବହାର କରାଯାଉଥିବା ଜଣାପଡ଼ିଛି।

ଓମିକ୍ରନ୍‌ରୁ ରକ୍ଷା କରିବା ପାଇଁ  କପଡ଼ା ମାସ୍କକୁ ସର୍ଜିକାଲ୍ ମାସ୍କ କିମ୍ବା ଅଧିକ ପ୍ରଭାବଶାଳୀ ରେସ୍‌ପିରେଟୋରୀ ମାସ୍କ ସହିତ ପିନ୍ଧିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।

ସିଡିସି ଗାଇଡଲାଇନରେ ଦର୍ଶାଯାଇଛି ଯେ, ” କପଡା ମାସ୍କ ତଳେ ଏକ ଡିସ୍‌ପୋଜେବଲ୍‌ ମାସ୍କ ପିନ୍ଧିବା ଉଚିତ।

Leave A Reply

Your email address will not be published.