Latest Odisha News

ନିଜ ସୁରକ୍ଷା ପାଇଁ କରୋନା ପଜିଟିଭ ପୁଅକୁ କାର୍‌ ଡିକିରେ ବନ୍ଦ କରିଦେଲେ ମା’

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରରୁ ଅଜବ ଖବର ସାମ୍‌ନାକୁ ଆସିଛି। ଯାହାକୁ ଶୁଣିଲା ପରେ ଆପଣ ହୁଏତ ବିଶ୍ବାସ ନକରିପାରନ୍ତି। ନିଜ ଛୁଆ ପାଇଁ ରକ୍ଷା କବଚ ସାଜୁଥିବା ମା କରୋନା ସଂକ୍ରମିତ ପୁଅକୁ ଭୟରେ କାର୍‌ ଡିକି ଭିତରେ ବନ୍ଦ କରିଦେଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ସେ ନିଜକୁ ରକ୍ଷା କରିବା ପାଇଁ ପୁଅକୁ କାର ଡିକି ଭିତରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ବନ୍ଦ କରିଦେବା ଏହାଦ୍ବାରା ସେ ଶିଶୁଟିକୁ ବିପଦରେ ପକାଇଥିବା ଅଭିଯୋଗ ହୋଇଥିଲା।

ଏହାସହିତ କରୋନା ଟେଷ୍ଟ କରିବାକୁ ମା’ ଜଣଙ୍କ ତାଙ୍କ ୧୩ ବର୍ଷର ପୁଅକୁ ଟେଷ୍ଟିଂ କେନ୍ଦ୍ରକୁ ମଧ୍ୟ ନେଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ସଂପୃକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ଜାନୁଆରୀ ୩ରେ ୪୧ ବର୍ଷିୟା ସାରା ବେଆମ ନାମକ ମହିଳା ହ୍ୟାରିସ କାଉଣ୍ଟୀରେ ଥିବା ଟେଷ୍ଟିଂ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବାରେ ପରେ କାର୍‌ ଡିକିରୁ ଜଣେ ଛୋଟ ପିଲାର ପାଟି ଶୁଣିବାକୁ ପାଇଥିଲେ, ଏହାପରେ ବ୍ୟକ୍ତି ଜଣକ ମହିଳାଙ୍କୁ ଗାଡି ଅଟକାଇବାକୁ କହିଥିଲେ।

ଭିତରେ ଗୋଟିଏ ଛୋଟ ପିଲା କାନ୍ଦୁଥିବାର ବ୍ୟକ୍ତି ଜଣଙ୍କ ଦେଖିଥିଲେ। ଏହାପରେ ତାଙ୍କ ମା ତାଙ୍କୁ ଗାଡ଼ି ଡିକିରେ ରଖି ପୁଣି ଟେଷ୍ଟ କରିବାକୁ ନେଇ ଯାଇଥିଲେ। ତେବେ ସେଠାରେ ଟେଷ୍ଟିଂ କର୍ମଚାରୀ ପୁଅକୁ କାର୍‌ର ପଛ ସିଟିରେ ନ ବସାଇବା ଯାଏ କୌଣସି ଟେଷ୍ଟ ହୋଇପାରିବ ନାହିଁ ବୋଲି କହିଥିଲେ।

ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଶେଷରେ ସାରାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Comments are closed.