Latest Odisha News

BREAKING NEWS

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଚୁଡାନ୍ତ ନିଷ୍ପତ୍ତି ନେବେ

ଭୁବନେଶ୍ଵର : କୋଭିଡ ଭୟାବହତାରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ରାଜ୍ୟ ଇଲେକ୍ସନ କମିଶନଙ୍କ କାର୍ଯ୍ୟାଳୟରେ ,ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ସ୍ପେଶାଲ ରିଲିଫ କମିଶନର ପ୍ରଦୀପ ଜେନା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ବର୍ତମାନର କୋଭିଡ ସ୍ଥିତି ନେଇ ଆଲୋଚନା କରିଛନ୍ତି ।

BjdElectrycity

କୋଭିଡ ମୁକାବିଲା ନେଇ ସରକାର କି କି ପଦକ୍ଷେପ ନେଉଛନ୍ତ ସେ ବିଷୟରେ ନିର୍ବାଚନ କମିଶନଙ୍କୁ ଅବଗତ କଲେ ରାଜ୍ୟ ସରକାର । ଏହି ମିଟିଂରେ ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା, ଟେଷ୍ଟି ବୁଷ୍ଟର ଡୋଜ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ସଂକ୍ରମଣ ବଢୁଥିବାରୁ ଅଧିକ ଚିନ୍ତା ବଢୁଛି ।

ତେଣୁ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିଶନର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ତେଣୁ ତାରିଖ ଘୋଷଣା କରାଯିବା ପୂର୍ବରୁ ସବୁ ଦିଗକୁ ନେଇ ଏହି ବୈଠକରେ ତର୍ଜମା କରାଯାଇଛି ।ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ଆଗାମୀ ଦିନରେ ବି ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ । ଆଜିର ବୈଠକ ପରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନର ଚୁଡାନ୍ତ ନିଷ୍ପତି ନେବେ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

Leave A Reply

Your email address will not be published.