Latest Odisha News

BREAKING NEWS

‘ଫନୀ ମହାନ୍ତିଙ୍କ କାବ୍ୟଚର୍ଚ୍ଚା’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ଫନୀ ମହାନ୍ତିଙ୍କର ସମସ୍ତ କାବ୍ୟକୃତିକୁ ନେଇ ଏକ ସମୀକ୍ଷା ସଙ୍କଳନ ‘ଫନୀ ମହାନ୍ତିଙ୍କ କାବ୍ୟଚର୍ଚ୍ଚା’ ପୁସ୍ତକ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଉନ୍ମୋଚିତ ହୋଇ ଯାଇଛି।

ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ, ହରିଶ୍ଚନ୍ଦ୍ର ବେହେରା , ଚିତ୍ତ ରଞ୍ଜନ ଭୋଇ, ବିପିନ ମହାନ୍ତି, ଧନଞ୍ଜୟ ସ୍ବାଇଁ, ମୁରଲୀ ସାମଲ , ଜୟନ୍ତୀ ପଢିହାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଗୀତାଶ୍ରୀ ପ୍ରିୟମ୍ବଦା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.