Latest Odisha News

BREAKING NEWS

ମାଲକାନଗିରି ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ

ମାଲକାନଗିରି: ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ । ଆଜି ଏୟାରଫୋର୍ସର ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ବାଲିମେଳା ମିନି ଷ୍ଟାଡ଼ିୟମରେ ପହଞ୍ଚିଥିଲେ । ଏକଲବ୍ୟ ଆଦର୍ଶ ଘରୋଇ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହ କେନ୍ଦ୍ର ସରକାରଙ୍କ ଯୋଜନା ଲୋକଙ୍କ ପାଖରେ କେମିତି ପହଞ୍ଚୁଛି ତାହାର ସମୀକ୍ଷା କରିଥିଲେ ।

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ସକ୍ରିୟ କରିବାର ଲକ୍ଷ୍ୟ ନେଇ ମାଲକାନଗିରି ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିରେ ନବରଙ୍ଗପୁରର ପୂର୍ବତନ ସାଂସଦ ପର୍ଶୁରାମ ମାଝିଙ୍କ ସହ ମାଲକାନଗିରି ଜିଲ୍ଲା ବିଜେପିର ଅନେକ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଏସଏଫ ବାହିନୀ ସହ ଜିଲ୍ଲା ପୋଲିସର ଶତାଧିକ କର୍ମଚାରୀ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.