Latest Odisha News

BREAKING NEWS

ଡାଲି ବସ୍ତାରେ ଚାଲିଥିଲା ନିଶା କଫ୍ ସିରପ ଚାଲାଣ; ୪୫୦୦ ବୋତଲ ଜବତ, ଜଣେ ଗିରଫ

ବରଗଡ଼: ଫିଲ୍ମ ଷ୍ଟାଇଲରେ ଚାଲିଥିଲା ନିଶା କଫ୍ ସିରଫ କାରବାର । ଚଢାଉ କରି ୪୫୦୦ କଫ୍ ସିରପ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏଭଳି ଘଟଣା ସାମ୍ନାକୁ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରୁ ।

ସୂଚନା ମୁତାବକ, ଛତିଶଗଡ଼ ରାଇପୁରରୁ ପଦ୍ମପୁର ଆସୁଥିବା ଗୋଟିଏ ଟ୍ରକରେ ଡାଲି ବସ୍ତା ଭିତରେ ନିଶା କଫ୍ ସିରପ୍ ଲୁଚାଇ ଆଣାଯାଉଥିଲା । ବିଷେଶ ସୂତ୍ରରୁ ଖବର ପାଇ ପଦ୍ମପୁର ପୋଲିସ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ୩୦ ଟି ପ୍ୟାକେଟରୁ ୪୫୦୦ ବୋତଲ କଫ୍ ସିରପ୍ ଜବତ କରାଯାଇଛି ।

ଏହି ଘଟଣାରେ ଟ୍ରକ୍ ଡ୍ରାଇଭରକୁ ଗିରଫ କରାଯାଇଛି । ଗିରଫ ଡ୍ରାଇଭରର ପରିଚୟ କ୍ଷମାସାଗର ପାଣ୍ଡେ ବୋଲି ଜଣାପଡିଛି । ପଚରାଉଚରା ବେଳେ ସେ ଏହି ନିଶା ଚାଲାଣ କରୁଥିବା ସ୍ୱୀକାର କରିଛି । ଏହା ପଛରେ ଆଉ କାହାର ହାତ ଅଛି ଏହାର ଚେର କେଉଁଆଡେ ଲମ୍ବିଛି ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.