ନୂଆଦିଲ୍ଲୀ: ସାରା ବିଶ୍ବରେ ଓମିକ୍ରନ୍ ସଂକ୍ରମଣ ସ୍ଥିତି ଉଦ୍ବେଗଜନକ ହୋଇଛି। ବୈଜ୍ଞାନିକମାନେ ଏ ନେଇ ଚେତାବନୀ ଦେଇଛନ୍ତି। ବ୍ରିଟେନ ଏବଂ ଆମେରିକାରେ ସଂକ୍ରମଣ ଯେତିକି ବେଗରେ ମାଡୁଛି ସେତିକି ବେଗରେ ଏହା ତଳକୁ ଖସିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଏହି ଭୂତାଣୁ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ଚିହ୍ନଟ ହେବାର ଦେଢ ମାସ ଭିତରେ ଏହା ସାରା ବିଶ୍ବର ଅନେକ ସ୍ଥାନରେ କାୟା ବିସ୍ତାର କରିସାରିଲାଣି।
ଏଥି ସହିତ, ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ମହାମାରୀର ପରବର୍ତ୍ତୀ ପର୍ଯ୍ୟାୟ କିପରି ହୋଇପାରେ ସେନେଇ ଅନେକ ଅନିଶ୍ଚିତତା ଜାରି ରହିଛି। ସେଥିପାଇଁ ସମସ୍ତେ ସତର୍କ ରହିବା ନିହାତି ଜରୁରୀ ବୋଲି ସେମାନେ କହିଛନ୍ତି।