Latest Odisha News

କବିତା : ନିରୁଚ୍ଚାରିତ ଶବ୍ଦ

କୈଳାସ ଚନ୍ଦ୍ର ସାହାଣୀ 

କାଲି ପରି ଲାଗୁଥିଲା ଏ ସ୍ବର,
କଲ୍ୟାଣମୟୀ ମାଆର ଥରଥର ହାତ
ବାଟଭୁଲା ପକ୍ଷୀକୁ ଦେଖାଉଥିଲା ଦିଶା
ଭରୁଥିଲା ମନତଳେ କେତେ ଅୟୁତ ଆଶା !
ଅଚାନକ ଶବ୍ଦ ସ୍ତବ୍ଧ
ସ୍ବର ନିରବ
ଚକ୍ଷୁ ନିବୁଜ ….!
ଏଇ କ’ଣ ଜୀବନ…
ଶେଷ ବିଦାୟ ନେବାର ?
କ୍ୟାଲେଣ୍ଡର ପୃଷ୍ଠାରେ ଶେଷ ହେଇଆସୁଥିବା
ବାର, ମାସ, ତାରିଖ ପରି !!

ଯେଉଁଠି ଥାଅ ଭଲରେ ଥାଅ ମାଆ
ସେ ଅମୃତ ଆତ୍ମା ଶାନ୍ତି ପାଉ
ତୁମେ ପୁଣ୍ୟପ୍ରଭା ,ପୁଣ୍ୟମୟୀ
ସେଇ ସ୍ଵର୍ଗରୁ ଥାଇ
କଲ୍ୟାଣ କରୁଥାଅ ମାଆ ….
ଆକାଶର ତାରା ହୋଇ
ଶୂନ୍ୟ ଦିଗନ୍ତରେ !!

ଢେଙ୍କାନାଳ
ମୋ-୯୪୩୭୮୪୩୨୧୯

 

Comments are closed, but trackbacks and pingbacks are open.