Latest Odisha News

BREAKING NEWS

Browsing Tag

Sabu dina Sahitya

କବିତା : ତୁମେ ଏମିତି

ସୁମିତା ବେହେରା ବାପି  ଦେଖିକି କାହାକୁ ସପନେ ହସୁଛ ପଚାରିଲି ଯେବେ କୁହ ନା ତୁମେ କୁହ 'ଥରେ ପଚାର ମନକୁ ତୁମକୁ କି ଏହା ଅଜଣା' ? ନାଲି ଶାଢ଼ୀ ପିନ୍ଧି ପଚାରେ ତୁମକୁ କେମିତି ଦିଶୁଛି କୁହ ନା ସତୃଷ୍ଣ ନୟନେ ଚାହିଁ ରୁହ ଖାଲି କିଛି ବି ଉତ୍ତର ପାଏନା । ପଚାରେ ତୁମକୁ…

କବିତା : ତୁମେ ଅଛ ବୋଲି

ନିରୁପମା ପତି  ତୁମେ ଅଛ ବୋଲି ମୁଁ ଧାଇଁଗଲି ସିଂହଦ୍ବାର ଭାବର ପଣତ ବଢାଇଲି ଅତୀତର କେବେ ଦିନେ ନେଇଯାଇଥିଲ ଦାସିଆ ଵାଉରୀର ଶ୍ରୀଫଳ, ଭାବିଥିଲି, ତୁମେ ଅଛ ବୋଲି ହରଣ କରିନେବ, ମୋ ଦୁଃଖ ଓ ଯାତନାର ମହଣ ମହଣ ଆର୍ତ୍ତ ଚିତ୍କାର । ତୁମେ କୃପା ସିନ୍ଧୁ ବୋଲି ଭାବୁଥିଲି…

କବିତା : ଏକାକୀତ୍ଵ

ମଞ୍ଜୁ ରାଣୀ ବେହେରା  କେଜାଣି କାହିଁକି ସେଇ ଚିହ୍ନା ଚିହ୍ନା ଭିଡ଼ରେ ବି ନିଜକୁ ଖୁବ୍ ଏକଲା ପାଏ। ଆତ୍ମୀୟତାର ମୁହଁ ଖୋଜୁ ଖୋଜୁ ଅସ୍ପଷ୍ଟ ଆବେଗ ସବୁ ମେଘାଚ୍ଛନ୍ନ ଆକାଶରେ ହତାଶାର ଧୁମ୍ରାଭ କୁହେଳିକା ପାଲଟିଯାଏ। ମୁଁ ସେମିତି ଠିଆ ହୋଇଥାଏ ପୁରା ଚୁପଚାପ୍ ଆଞ୍ଜୁଲାଏ…

କବିତା : କ୍ଳାନ୍ତ-ବସନ୍ତର ଦୀର୍ଘଶ୍ୱାସ

ସାଧନା ପଣ୍ଡା  କିଛି ଛାଇ , କିଛି ଖରାର ଜୀବନ ମୁନ୍ଦାଏ ଶୀତଳତା କିଛି ଛାଇରେ ବିଶ୍ରାମ ଅଟକି ଯାଏ ପ୍ରାଣ କିଛି କ୍ଷଣ..... ! ଥକି ପଡେ ପାଦ , ଝାଉଁଳି ଯାଏ ହୃଦ , ଶିଝିଯାଏ ପିଠି , ଶୁଖିଯାଏ ତଣ୍ଟି , ଲଟକେ ଜୀବନ ; ଖୋଜିଲା ଖୋଜିଲା ଭାବନେଇ ଥକି ପଡେ ପଲକ ତଳର ଆଖି ...…

କବିତା : ମଉଳା ମୂହୁର୍ତ୍ତ

ବଳରାମ ପୂଜାରୀ ଅନେକ ଅପାସୋରା ଅସମ୍ପୂର୍ଣ୍ଣକୁ ମୁକ୍ତ କରୁଥିଲି ମୁଁ , ବାହୁଡୁଥିଲେ ଟିକ୍ ଟିକ୍ କରୁଥିବା ଛାତିଏ ଛାତିଏ ବତୁରା ସ୍ମୃତି, ଭିଡିମୋଡି ହେଉଥିଲେ, ଆଉକିଛି ଅନନ୍ୟା ଅତିତ , ବାହୁନୁଥିଲେ କିଛି ପ୍ରଶ୍ନିଳ ପ୍ରବାହ, କିଛି!!ମୋତେ ନିଃଶବ୍ଦ କରୁଥିଲେ ତ !! କିଛି…

ସନେଟ : ପ୍ରଣୟର ଦୁଇଧାର

ରଞ୍ଜିତା ରାଣୀ ହୋତା ତୁମେ ପଦ୍ମିନୀ ସୂର୍ଯ୍ୟମୁଖୀ ମୁଁ ପ୍ରଣୟର ଦୁଇଧାର, ତୁମେ ଛଳ ଛଳ ପୁଣ୍ୟତୋୟା ଗୋ ଫଲଗୁଟିଏ ମୁଁ ଛାର। ତନୁସିନା ମୋର କନକ ବରଣା , କନକ କପାଳ ତବ ହୃଦତନ୍ତ୍ରୀର ସ୍ନିଗ୍ଧ ସୁର ମୁଁ ତୁମେ ଅଭିନବ ସ୍ତବ। ନିଶିଶେଷେ ଯେବେ ପ୍ରାଚୀଦେଶେ ନବାରୁଣ ତନ୍ଦ୍ରାରୁ ଜାଗେ,…

କବିତା : ସହିଦଙ୍କ ସ୍ମୃତିରେ

ପ୍ରସେନଜିତ ସେଠୀ ଫେବୃୟାରୀ ମାସ ଚଉଦ ତାରିଖେ ଠିକ୍ ତିନି ବର୍ଷ ତଳେ ପୁଲୱାମାଠାରେ ଯାଉଥିଲେ ମିଶି ସେନାର ଯବାନ ଦଳେ। ଆସିଥିଲେ ସବୁ ଘରଦ୍ବାର ଛାଡ଼ି ସୁଖ ଓ ସ୍ୱାଚ୍ଛନ୍ଦ୍ୟ ଭୁଲି ଏକ ମାତ୍ର ଲକ୍ଷ୍ୟ ଦେଶ ଅସ୍ମିତାର ସୁରକ୍ଷା କରିବେ ବୋଲି। ଘରେ ଥିଲେ କାର ବୃଦ୍ଧ…

କବିତା : ମୋ ଜୀବନ

ଆଶୁତୋଷ ସ୍ୱାଇଁ  ଯେତେ ନିଜର ଥିଲେ ସବୁ ପର ଥିଲେ। ମୁଁ ବୋଧେ ପବନକୁ ଆଲିଙ୍ଗନ କରିଥିଲି ଯେତେ ରାଣଥିଲା ସବୁ ନିନ୍ଦିତ ଥିଲା ଯେତେ ପ୍ରତିଜ୍ଞା ସବୁ ମୁଣ୍ଡ ନୁଆଁଇଥିଲା । ଯେତେ ଲୁହ ଥିଲା ସବୁ ମୂଲ୍ୟହୀନ ଥିଲା । ଯେତେ ଆସିଥିଲେ ସବୁ ଅତିଥି ଥିଲେ। ସବୁ ଯେମିତି ବହିରୁ ପଢିଥିଲି…

ଅନୁବାଦ ଗଳ୍ପ : ପାଲି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୩  ମୂଳ ହିନ୍ଦୀ : ଭୀଷ୍ମ ସାହାନୀ  ଜୀବନର ସୁଅ ଗଡ଼ି ଚାଲିଥାଏ ଯେ ଚାଲିଥାଏ । ତା’ର ଅନ୍ତ କେଉଁଠି ସେକଥା କାହାକୁ ଜଣା ନ ଥାଏ । ନିତିଦିନିଆ ସଂସାର ଜଞ୍ଜାଳ ଭିତରେ ହେଉ ଅବା କବି ଲେଖକଙ୍କ ବର୍ଣ୍ଣନାରେ ହେଉ । ଆମେ ଖାଲି ଯାହା…

କବିତା : ଦାୟୀ

ଗଦାଧର ସାହୁ ମୋତେ ଯିଏ ଭଲ ପାଉଥିଲେ ସେ କାଲି ଚାଲିଗଲେ , ଯିଏ ଘୃଣା କରୁଥିଲେ ସେ ଆଜି ଚାଲିଗଲେ । ହେଲେ ଏଇଠି ଏତିକିରେ ସରିଲାନି ଘୃଣା କରିବା ଭଲ ପାଇବା । ଅତଏବ ମୁଁ ଖୋଜି ଚାଲିଲି ମୁଁ ଘୃଣାରେ ଦାୟୀ ନା’ ଭଲ ପାଇବାରେ ?