Latest Odisha News

ପ୍ରଳୟଙ୍କାରୀ ବାତ୍ୟା ‘ଫନି’: ଆନ୍ତଃ-ମନ୍ତ୍ରଣାଳୟ ଟିମ୍ କରିବ କ୍ଷୟକ୍ଷତିର ଆକଳନ

ଭୁବନେଶ୍ୱର : ଭୟଙ୍କର ବାତ୍ୟା ‘ଫନି’ ପ୍ରଭାବରେ ଉପକୂଳ ଓଡିଶାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଲାଗି ମେ’ ୧୨ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ତଃମନ୍ତ୍ରଣାଳୟର ଏକ ଟିମ୍ ।

ପ୍ରାପ୍ତ ସୂଚନାନୁଯାୟୀ ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକେ ଭରଦ୍ୱାଜଙ୍କ ନେତୃତ୍ୱରେ ଏକ ଟିମ୍ ମେ’ ୧୨ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଏବଂ ରାଜ୍ୟ ସଚିବାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଉଚ୍ଚ ସ୍ତରୀୟ ବୈଠକରେ ଯୋଗଦେବା ନେଇ ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ କେନ୍ଦ୍ରୀୟ ଟିମ୍ ଏନେଇ ଗୃହ ମନ୍ତ୍ରଣାଳୟଙ୍କ ନିକଟକୁ ଏକ ଫିଲ୍ଡ ରିପୋର୍ଟ ପଠାଇବେ ବୋଲି ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.