Latest Odisha News

BREAKING NEWS

ଆଖଣ୍ଡଳମଣୀ-କୁଆଖିଆ ରାସ୍ତା: ଧସିଲା ବନ୍ଧ, ଦବିଲା ରାସ୍ତା

ଭଦ୍ରକ: ବୈତରଣୀ ନଦୀକୁ ଧସିଲା ସୁରକ୍ଷାବନ୍ଧ । ଯାତାୟତରେ ସୃଷ୍ଟି ହେଉଛି ସମସ୍ୟା । ଭଦ୍ରକ ଜିଲ୍ଲା ଆରଡ଼ି ନିକଟସ୍ଥ ବୋଡ଼କ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ସୁରକ୍ଷାବନ୍ଧରେ ଫାଟ ସୃଷ୍ଟି ହୋଇଛି । ଏହାର କିଛି ଅଂଶ ନଦୀକୁ ଧସିଯାଇଛି । ଆଖଣ୍ଡଳମଣୀ କୁଆଖିଆ ଜାତୀୟ ରାଜପଥର ଦୁଇଶହ ଫୁଟ ରାସ୍ତା ଦବିଛି ।

ଏହି ରାସ୍ତାଦେଇ ପ୍ରତିଦିନ ବହୁ ଲୋକ ଯିବା ଆସିବା କରିଥାନ୍ତି । ଏହି ରାସ୍ତା ଦୁଇଟି ପର୍ଯ୍ୟଟନସ୍ଥଳୀ ଆଖଣ୍ଡଳମଣି ପୀଠ ଓ ମା’ ବିରଜାକ୍ଷେତ୍ରକୁ ସଂଯୋଗ କରିଥାଏ । ପାଖାପାଖି ସ୍ଥାନୀୟ ୩୫ଖଣ୍ଡ ଗାଁର ଲୋକେ ପ୍ରତିଦିନ କଟକ, ଭୁବନେଶ୍ୱର ଆଦି ସ୍ଥାନକୁ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ରାସ୍ତା କ୍ରମଶଃ ନଦୀ ଆଡ଼କୁ ଢ଼ଳୁଥିବାରୁ ବିଚ୍ଛିନ୍ତ ହେବାର ଆଶଙ୍କା ଦେଖାଦେଇଛି ।

ବୈତରଣୀ ନଦୀର ସୁରକ୍ଷାବନ୍ଧ ନିର୍ମାଣ କରାଯାଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଏହି ସ୍ଥାନରେ ବନ୍ଧ ଧସିବା ସହ ରାସ୍ତା ନଦୀରେ ଲୀନ ହେଉଛି । ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

Comments are closed, but trackbacks and pingbacks are open.