Latest Odisha News

BREAKING NEWS

ଆମେରିକାକୁ ସମସ୍ତ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଆମେରିକା ବିମାନ ବନ୍ଦରରେ ୫ଜି ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି। ଏହାର ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଭାରତରୁ ଆମେରିକାକୁ ବିମାନସେବା ବନ୍ଦ କରି ଦେଇଥିବା ଜଣାପଡ଼ିଛି।

ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ ଭାରତରୁ ଆମେରିକାକୁ ଆମର ବିମାନ ସେବା ୧୯ ଜାନୁୟାରୀ ୨୦୨୨ଅର୍ଥାତ୍‌ ଆଜିଠାରୁ ବନ୍ଦ ରହିବ। 5G ସେବା ବିମାନ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ସମସ୍ତ ବିମାନକୁ ରଦ୍ଦ କରାଯାଇଛି। ଏହି ବିଷୟରେ ଖୁବ୍ ଶୀଘ୍ର ନୂଆ ସୂଚନା ଦିଆଯିବ ବୋଲି ଏୟାର ଇଣ୍ଡିଆ କହିଛି।

ଏୟାରଲାଇନ୍ସର ସୂଚନା ଅନୁସାରେ, ବିମାନ ଚଳାଚଳ ତାର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ଯାତ୍ରୀମାନଙ୍କୁ ସୂଚନା ଦେଇଛି ଯେ ବୁଧବାର ଦିନ ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିପାରିବ ନାହିଁ।

ୟୁନାଇଟେଡ୍ ଏୟାରଲାଇନ୍ସ କହିଛି ଯେ ଆମେରିକା ସରକାରଙ୍କ ବର୍ତ୍ତମାନର 5G ରୋଲଆଉଟ୍ ଯୋଜନା ବିମାନ ଚଳାଚଳ ଉପରେ ଘୋର ପ୍ରଭାବ ପକାଇବ ଏବଂ ଆନୁମାନିକ ୧.୨୫ ମିଲିୟନ୍‌ ୟୁନାଇଟେଡ୍ ଯାତ୍ରୀ ଏହାଦ୍ବାରା ପ୍ରଭାବିତ ହୋଇପାରନ୍ତି।

5G ଇଣ୍ଟରନେଟ୍‌ ସେବା ବିଶେଷ କରି ବିମାନ ଅବତରଣ ବେଳେ ଏହାର ଇଞ୍ଜନ୍‌ ଓ ବ୍ରେକିଂ ସିଷ୍ଟମ ଉପରେ ପ୍ରଭାବ ପକାଇପାରେ ବୋଲି ଏୟାରଲାଇନ୍ସ ଇଣ୍ଡଷ୍ଟ୍ରି କହିଛି।

Comments are closed, but trackbacks and pingbacks are open.