Latest Odisha News

BREAKING NEWS

ବାତ୍ୟା ଫନିକୁ ‘ଜାତୀୟ ବିପର୍ଯ୍ୟୟ’ ଘୋଷଣା କରିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ପୁରୀ ଗଜପତି ମହାରାଜା

ପୁରୀ: ଓଡ଼ିଶାର ଅନେକ ସ୍ଥାନରେ ଭୟଙ୍କର ବାତ୍ୟା ଫନି ୧୯୯୯ର ମହାବାତ୍ୟାଠୁଁ ମଧ୍ୟ ବଳି ଯାଇଛି । ବାତ୍ୟାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ୧୪ଟି ଜିଲ୍ଲାର ଅନେକ ଅଞ୍ଚଳ । ରାଜ୍ୟର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଅଧିକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଏହି ପ୍ରଳୟଙ୍କରୀ ବାତ୍ୟା ଫନିକୁ ‘ଜାତୀୟ ବିପର୍ଯ୍ୟୟ’ ଭାବେ ଘୋଷଣା କରିବାକୁ ଜଣାଇଛନ୍ତି ।

ମହାରାଜା ଶ୍ରୀଦିବ୍ୟସିଂହ ଦେବ ଏନେଇ ଏକ ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ସେ ତାଙ୍କର ପତ୍ରରେ ଉଲ୍ଲେଖ କରି କହିଛନ୍ତି, ଏହି ଘୋଷଣା ଦ୍ୱାରା ବାତ୍ୟା ପ୍ରପୀଡ଼ିତ ଜନସାଧାରଣ ଅଧିକ ଭାବେ ଉପକୃତ ହେବା ସହିତ ରିଲିଫ, ପୁନଃରୁଦ୍ଧାର କାର୍ଯ୍ୟ ତଥା ଥଇଥାନ କାର୍ଯ୍ୟକୁ ଏହା ଅନେକ ଯାହାଯ୍ୟ କରିପାରିବ ।

Leave A Reply

Your email address will not be published.