ସମ୍ବଲପୁର: ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା । ହତ୍ୟା ସେ ପୁଣି ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଥାନା ସାମ୍ନାରେ । ଅଭିଯୋଗ କରିବାକୁ ଆସୁଥିଲେ ମହିଳା, ତେବେ ସେହି ଥାନା ସାମ୍ନାରେ ହିଁ ଅଭିଯୁକ୍ତ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର ।
ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ । ଥାନା ସାମ୍ନାରେ ପଡିଛି ମହିଳାଙ୍କ ମୃତ ଦେହ । ମୃତ ମହିଳା ଜଣକ ହେଉଛନ୍ତି ଲୋଇସିଂ ଗାଁର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର । ମହିଳା ଜଣକ ଥାନାକୁ ଆସୁଥିବା ବେଳେ ତାଙ୍କର ସମ୍ପର୍କୀୟ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।
ପୂର୍ବରୁ ମହିଳାଙ୍କ ସହ ଅଭିଯୁକ୍ତର କଳହ ଲାଗି ରହିଥିଲା । ଏନେଇ ଉକ୍ତ ମହିଳା ଜଣଙ୍କ ଥାନାକୁ ଅଭିଯୋଗ କରିବା ପାଇଁ ଆସୁଥିବାବେଳେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ହତ୍ୟା କରିଛନ୍ତି ।
Comments are closed.