Latest Odisha News

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଲୋକଙ୍କ ସହମତି, ପ୍ରଥମ ଦିନରେ ୫୦ରୁ ଉର୍ଦ୍ଧ୍ୱ ପାନବରଜ ମାପଚୁପ

ପାରାଦୀପ: ଦୀର୍ଘ ବର୍ଷଧରି ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ବିରୋଧ କରିଆସୁଥିବା ଢିଙ୍କିଆବାସୀ ଆଜି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସହମତି ପ୍ରକାଶ କରିଛନ୍ତି । ଢିଙ୍କିଆ ଗ୍ରାମବାସୀଙ୍କ ସହମତିରେ ଆଜି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଥିଲା । ଆଜି ପ୍ରଥମ ଦିନରେ ୫୦ରୁ ଉର୍ଦ୍ଧ୍ୱ ପାନବରଜ ମାପଚୁପ ହୋଇଛି । ଏଥିପାଇଁ ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ତିନୋଟି ଟିମ୍ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିଲେ । ଆଜି ୩୫ଟି ପାନବରଜ ଭଙ୍ଗା ଯାଇଥିବାର ସୂଚନା ରହିଛି । ଏହି ସମସ୍ତ ପାନବରଜ ଢିଙ୍କିଆ, ମାହାଳ ଓ ପାଟଣା ଗାଁରେ ରହିଥିବା ଜଣାପଡ଼ିଛି । ଆଜି ସୁଦ୍ଧା ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ପାନବରଜ ମାପଚୁପ ହୋଇ ସାରିଛି ।

ଗତ ଦୁଇ ଦିନ ହେବ ଏହି ଗାଁର ଲୋକମାନେ ପାନବରଜ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଗାଁର ପ୍ରସନ୍ନ ସାହୁ,ବାପୁ ରାଉତ,ଟୁକ ରାଉତ, ରମେଶ ମଲ୍ଲିକ ଓ ଶଙ୍କର ମଲ୍ଲିକ ଙ୍କ ଭଳି ବହୁ ଲୋକ ନିଜେ ଉପସ୍ଥିତ ରହି ବରଜ ମାପ କରିଥିଲେ। ଯେଉଁମାନଙ୍କ ସହମତି ଓ ସହଯୋଗ ରହିଛି ସେହି ଅନୁସାରେ ବରଜ ଭଙ୍ଗା କାର୍ୟ୍ୟ କରାଯାଉଛି। ଏଥି ସହିତ କମ୍ପାନୀ ପକ୍ଷରୁ ମାହାଳ ସୀମାରେ ହୋଇଥିବା ଅସ୍ଥାୟୀ କାର୍ୟ୍ୟାଳୟରେ ମଧ୍ୟ ସ୍ଥାନୀୟ ଲୋକମାନେ ସେମାନଙ୍କ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରୁଥିବା ବେଳେ ବିଭିନ୍ନ ସମସ୍ୟା ସମ୍ପର୍କରେ ସିଧାସଳଖ ଆଲୋଚନା କରୁଛନ୍ତି। ଆଜିର ସ୍ଥିତିକୁ ଅନୁଧ୍ୟାନ କଲା ପରେ ଢ଼ିଙ୍କିଆ ଗାଁରେ ସାଧାରଣ ଜୀବନଯାତ୍ରା ସ୍ବଭାବିକ ଅବସ୍ଥାକୁ ଆସିଥିବାର ଦେଖିବାକୁ ମିଳିଛି।

Comments are closed, but trackbacks and pingbacks are open.